ଲକ୍ ଡାଉନ ସମୟ ସୀମା ୩୦ ଏପ୍ରିଲ ଯାଏଁ ବୃଦ୍ଧି ନିଷ୍ପତ୍ତିକୁ ବିଜେପି ର ସ୍ବାଗତ ।

ଭୁବନେଶ୍ବର,୦୯/୦୪- କରୋନା ମହାମାରୀର ସଫଳ ମୁକାବିଲା କରିବା ପାଇଁ ‘ଲକ୍ ଡାଉନ ‘ ବ୍ଯତିତ କୌଣସି ବିକଳ୍ପ ନାହିଁ ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ ଡାଉନର ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନିଷ୍ପତ୍ତିକୁ ବିଜେପି ସମର୍ଥନ କରୁଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି,ସେହି ଅନୁସାରେ ଜନସାଧାରଣ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।ବିଜେପି କାର୍ଯ୍ଯକର୍ତ୍ତାମାନେ ସାମାଜିକ ଦୂରତ୍ବ ଓ ସରକାରୀ କଟକଣାକୁ ମାନିବା ସହ ସାମାଜିକ କାର୍ଯ୍ଯକର୍ତ୍ତା ଭାବରେ ଅସହାୟ ଲୋକଙ୍କୁ ଏଭଳି ସଙ୍କଟ ସମୟରେ ସାହାଯ୍ୟର ହାତ ବଢାଇବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।ଏପରି କଠିନ ସମୟରେ ଗଣମାଧ୍ୟମର ସାହାସୀ ଓ ଜୀବନକୁ ବାଜି ଲଗାଇ କାମ କରିବାର ଶ୍ରୀ ମହାନ୍ତି ପ୍ରଶଂସା କରିଛନ୍ତି ।

Comments (0)
Add Comment