ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ।

କୋଦଳା,୩୦/୧୧(ପିପିଟି):”ଯୁବ ଓଡିଶା ନବୀନ ଓଡିଶା”ପକ୍ଷ ରୁ ଗୁରୁବାର କୋଦଳା ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସ୍ବେଛାସେବୀ କାର୍ଯ୍ୟକ୍ରମ ପକ୍ଷରୁ “ସଡ଼କ ସୁରକ୍ଷ୍ୟା,ପ୍ଲାଷ୍ଟିକ ବର୍ଜନ ଓ ସ୍ୱଛତା କାର୍ଯ୍ୟକ୍ରମ ଜନ ସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ କଲେଜ ଅଧ୍ୟକ୍ଷ ଦତ୍ତରାମ ବିଶୋଇ ଙ୍କ ନିର୍ଦ୍ଦେଶ କ୍ରମେ ନୋଡାଲ ଅଫିସର ପ୍ରାଧ୍ୟାପକ ହୃଷିକେଶ ପ୍ରହରାଜ, ପ୍ରୋଗ୍ରାମ ଅଫିସର ସୁଦର୍ଶନ ପ୍ରଧାନ, ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ, ଆଦିତ୍ୟ ପ୍ରସନ୍ନ ମହାପାତ୍ର, କାଳନ୍ଦୀ ଚରଣ ଦାଶ,ଅଧ୍ୟାପିକା ମୌସୁମୀ ମିଶ୍ର, ସାଗରୀକା ମୁନୀ, ସୁନିତା ପାଣ୍ଡୀ, ସମୀର ପରିଡା, ପ୍ରମୁଖ ଛାତ୍ର ଛାତ୍ରୀଙ୍କ ସହିତ କଲେଜରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଲେଖାଥିବା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ରାଲୀ କରି ଜନ ସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ବାର୍ତ୍ତା ପହଞ୍ଚାଉଥିବା ସମୟ ରେ ମହିଳା ମାନେ ଆଗ୍ରହ ର ସହିତ ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment