ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ସେବା ସଂକଳ୍ପ ସଭା ।

କୋଦଳା ,୦୩/୧୦(ପିପିଟି):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ସାଇମା କୋଦଳା ଅନୁଷ୍ଠାନର ସହଯୋଗରେ ଓଡିଶା ସରକାରଙ୍କ ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅଧ୍ୟକ୍ଷ  ରଘୁନାଥ ମୁଦୁଲିଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି ୲ ଏଥିରେ ଡି ପି ମିଶ୍ର ସ୍ପେଶାଲ ବି.ଏ.ଡ୍ କୋଦଳା ଅନୁଷ୍ଠାନର ଅଧ୍ୟକ୍ଷ ଅନିତା ନନ୍ଦ ଏବଂ ସାଇକୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ମମତା ତ୍ରିପାଠୀ ଯୋଗ ଦେଇ ଓଡିଆ ବକ୍ତୃତା ପ୍ରତିଯୋଗିତା ରେ ବିଚାରପତି ଭାବେ ଅଂଶଗ୍ରହଣ କରିଥିଲେ ୲ ବକ୍ତୃତା ପ୍ରତିଯୋଗିତାରେ  ଜ୍ୟୋତି ପ୍ରଭା ସେଠି ପ୍ରଥମ ସ୍ଥାନ, ମନୀଷା ସେଠି ଦ୍ଵିତୀୟ ସ୍ଥାନ, ଲିପ୍ସା ମୁଦୁଲି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ୲ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶୁଭଶ୍ରୀ ରାଉତ ପ୍ରଥମ ସ୍ଥାନ, ସୋନାଲି ରାଣୀ ଜେନା ଦ୍ଵିତୀୟ ସ୍ଥାନ, ରଚନା ଦଳାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ୲ ମହାବିଦ୍ୟାଳୟର ଅଧ୍ୟକ୍ଷ ସରକାରୀ ସ୍ତରରେରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧି କରାଇବା ପାଇଁ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ୲ ପ୍ରଶାସନିକ ଅଧିକାରୀ  ରଞ୍ଜ୍ଜୁବାଳା ନନ୍ଦ, ଶୈକ୍ଷିକ ଅଧିକାରୀ ବିନୋଦ କୁମାର ମିଶ୍ର, ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକସଂଯୋଜକ  ସପନ କୁମାର ଦାଶ ଛାତ୍ରଛାତ୍ରୀ ଙ୍କୁ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନା ବିଷୟରେ ସଚେତନତା କରାଇଥିଲେl ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସାଫଲ୍ଯ ମଣ୍ଡିତ ହୋଇପାରିଥିଲା ୲

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment