ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ପାଠଚକ୍ର ।

କୋଦଳା,୨୦/୦୩(ପିପିଟି):ଶୁକ୍ରବାର ଦିନ ୧୧ ଘଣ୍ଟ ସମୟରେ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଓଡ଼ିଆ ବିଭାଗ ତରଫରୁ”ରୀତିରଶ୍ମି କବିସୂର୍ଯ୍ୟ ବଳଦେବ ରଥ” ବିଷୟବସ୍ତୁ କୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପାଠଚକ୍ରର ଆଭିମୁଖ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ତଥା ଆଜିର ପାଠଚକ୍ର ର ଆବାହକ ସାଗର ଚାନ୍ଦ ପାତ୍ର କହିଥିଲେ । ସାଧନାକର୍ମୀ ଭାବେ ସାହିତ୍ୟ ବିଶାରଦ ଡ଼କ୍ଟର ଅନନ୍ତ ରାମ କର କୌଣ୍ଡିନ୍ୟ ଯୋଗଦେଇ ବଳଦେବ ରଥଙ୍କ ଜୀବନୀ ଓ ସାହିତ୍ୟ କୃତି ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ତଥା ପ୍ରବୀଣ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ ଯୋଗ ଦେଇ ବଳଦେବଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ବିଷୟରେ କହିଥିଲେ ।ନିମନ୍ତ୍ରିତ ଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଚିଙ୍ଗୁଡ଼ିପଦର, ନୂଆଗାଁ, ପୁରୁଷୋତ୍ତମପୁର ର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଏ.ରାଜଗୋପାଳ ରାଓ ବଳଦେବ ରଥଙ୍କ ବିଷୟରେ ବର୍ଣ୍ଣନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଓଡ଼ିଆ ଭାଷା ସାହିତ୍ୟରେ ବଳଦେବ ରଥଙ୍କ ଅନବଦ୍ୟ କୃତ୍ତି ବିଷୟରେ କହିଥିଲେ । ଓଡିଆ ବିଭାଗୀୟ ମୁଖ୍ୟ ରଞ୍ଜୁବାଳା ନନ୍ଦ ବଳଦେବ ରଥଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଡ଼କ୍ଟର ଜ୍ୟୋସ୍ନାରାଣୀ ସାହୁ କବିସୂର୍ଯ୍ୟ ବଳଦେବଙ୍କ ଜୀବନୀ ଉପରେ କହିଥିଲେ । ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥଲେ । ପ୍ରାରମ୍ଭିକ ସଂଗୀତ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ସନ୍ତୋଷିନୀ ମହାପାତ୍ର ଓ ଅନ୍ତିମ ସଂଗୀତ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ସାଗରୀ ସାହୁ ଗାନ କରିଥିଲେ । ଯୁକ୍ତ ତିନି ପ୍ରଥମ,ଦ୍ୱିତୀୟ ଓ ଶେଷ ବର୍ଷର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନା କରିଥିଲେ ଓ ସେମାନଙ୍କୁ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

ରିପୋର୍ଟ୍ -ସୂର୍ଯ୍ୟନାରାୟଣ ବଡୁ

Comments (0)
Add Comment