କୋଦଳା,୨୧/୦୬(ପିପିଟି): ସକାଳ ୬ ଘଣ୍ଟିକା ସମୟରେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ । ଯୋଗ ପ୍ରଶିକ୍ଷିକା ଭାବରେ ପ୍ରଜାପିତା ବ୍ରହ୍ମକୁମାରୀ ଯୋଗକେନ୍ଦ୍, କୋଦଳାର ବରିଷ୍ଠ ରାଜଯୋଗ ଶିକ୍ଷୟିତ୍ରୀ ବି କେ ସୁମିତ୍ରା, ତାଙ୍କ ଅନୁଷ୍ଠାନର ସଦସ୍ୟ ବିଜୟ ଭାଇ, ସଞ୍ଜୟ ଭାଇ,ରଶ୍ମିରଂଜନ ଭାଇ,ଦୀନବନ୍ଧୁ ଭାଇ,ମମତା ଭଉଣୀ, ପ୍ରଭାସିନୀ ଭଉଣୀଙ୍କୁ ସାଙ୍ଗରେ ନେଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗହଣରେ ଯୋଗ ଦେଇ ଥିଲେ । ପ୍ରାର୍ଥନା ଯୋଗର ସହଜ ଅଭ୍ୟାସ କ୍ରିୟା,ପ୍ରାଣାୟାମ,ଧ୍ୟାନ, ସଂଲଗ୍ନ ଶାନ୍ତିମନ୍ତ୍ର, ଶପଥପାଠ,ଶାନ୍ତି ପାଠ ଆଦି ଅଭ୍ୟାସରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣୀତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗୀୟ ମୁଖ୍ୟ ବିନୋଦ କୁମାର ମିଶ୍ର,ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଦୀପ କୁମାର ପଣ୍ଡା, ହିସାବ ନିରୀକ୍ଷକ ସାଗର ଚାନ୍ଦ ପାତ୍ରଙ୍କ ସମେତ ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମକୁ ଉଦଯାପନ କରାଯାଇଥିଲା । ଜାତୀୟ ସେବା ଯୋଜନା ଅଧିକାରୀ,ରେଡ କ୍ରସ ଅଧିକାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଯାଇ ପରିଶେଷରେ ଓଡ଼ିଆ ବିଭାଗୀୟ ମୁଖ୍ୟ ରଞ୍ଜୁବାଳା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)