କୋଦଳା,୦୮/୦୪(ପିପିଟି):ମଙ୍ଗଳବାର ଦିନ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଦିବସ ପାଳିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁବ ରେଡ଼କ୍ରସର ସଂଯୋଜକ ରତ୍ନାକର ପ୍ରଧାନ ରକ୍ତ ଦାନର ପ୍ରାରମ୍ଭିକତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପିକା ତଥା ଓଡ଼ିଆ ପକ୍ଷ ସଂଯୋଜିକା ରଞୁବାଳା ନନ୍ଦ, ବିନୋଦ କୁମାର ମିଶ୍ର,ସପନ କୁମାର ଦାଶ, ପ୍ରଦୀପ କୁମାର ପଣ୍ଡା, ସାଗରିକା ଦାଶ ଆଦି ଯୋଗଦେଇ ଓଡିଶା ସରକାରଙ୍କ ଏହି ମହତ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ପରିଶେଷରେ ଅଧ୍ୟାପିକା ପ୍ରିୟଦର୍ଶନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)