ଲକ୍ଷ୍ମଣପୁର କାଳୀ ମନ୍ଦିର ନିକଟରେ ଓଲଟିଲା ଅଟୋ, ଚାଳକ ଆହତ ।

କୋଦଳା,୧୩/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ସୁମଣ୍ଡଳ ଲକ୍ଷ୍ମଣପୁର ସାହି ରେ ଥିବା କାଳୀ ମନ୍ଦିର ନିକଟରେ ଥିବା ପୂର୍ତ୍ତ ରାସ୍ତାର ବାବାଜୀ ମଠ ବାଙ୍କରେ ଗୁରୁବାର ସକାଳ ୧୦ ଘଣ୍ଟ ସମୟରେ ଏକ ଅଟୋ କୌଣସି କରଣ ରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଚାଳକ ଆହତ ହୋଇଥିଲା । ସୂଚନା ପ୍ରକାରେ ସୁମଣ୍ଡଳରୁ ଅଟୋ ଟି ଭେଜିପୁଟ ଯାଉଥିବା ବେଳେ ଉକ୍ତ ସ୍ଥାନରେ ଅଟୋ ଟି ଓଲଟି ପଡି ଥିଲା। ଏହି ଅଟୋ ରେ କେହି ଯାତ୍ରୀ ନଥିବା ବେଳେ ଚାଳକ ସୁମଣ୍ଡଳର ଅଭିମନ୍ୟୁ ପରିଡା ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment