ଲକ୍ଷାଧିକ ଟଙ୍କାର ମୂଲ୍ଯବାନ କାଠ ପଟ୍ଟା ଜବତ, ଜଣେ ଗିରଫ।

ମାଲକାନଗିରି,ତା:୧୫/୧୦(ପିପିଟି); ମାଲକାନଗିରି ବନ କର୍ମଚାରୀମାନଙ୍କୁ ଆଉ ଏକ ସଫଳତା ମିଳିଛି । ଲକ୍ଷାଧିକ ଟଙ୍କାର ମୂଲ୍ଯବାନ ଶାଗୁଆନ ପଟ୍ଟା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ବେଳେ ଅଚାନକ ଚଢାଉ କରାଯାଇ ଜଣେ ଆସାମୀଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ଦେବଦାସୀ ମିରାସେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ଆଜି ମାଲକାନଗିରି ସଦର ମହକୁମାର ଦୁର୍ଗାଗୁଡି ସାହିରେ ଚଢାଉ କରାଯାଇ ପ୍ରାୟ ଦେଢ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟ୍ଟା ଜବତ କରାଯାଇ ଅର୍ଜ୍ଜୁନ ମହାରଣା (୨୧)ଙ୍କୁ ଗିରଫ କରାଯାଇଛି । ଅର୍ଜ୍ଜୁନ ମହାରଣା ଦୀର୍ଘ ଦିନ ହେଲା ପଲଙ୍କ, ସୋଫାସେଟ୍, ଚେୟାର ଆଦି ଆସବାବପତ୍ର ନିର୍ମିତ କରି ବିଭିନ୍ନ ଗ୍ରାହାକଙ୍କୁ ବିକ୍ରୟ କରି ଆସୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବନ କର୍ମଚାରୀମାନେ ଚଢାଉ କରିଥିଲେ । ଏହି ଚଢାରେ ଫରେଷ୍ଟର ମୂରଲୀଧର ଅନୁଗୁଳିଆ, ଦିବାକର ଜେନା,ମୋହନ ଗୁଡିଆ,ରାଜେଶ କୁମାର ସେଠୀ,ଫରେଷ୍ଟ ଗାର୍ଡ ରବି ନାରାୟଣ ଖଣ୍ଡୁଆଳ,ହ୍ରୁଷିକେଶ ପାଣିଗ୍ରାହୀ,ସୁରେନ୍ଦ୍ର କୁମାର ଦିହୁଡି, ସଚ୍ଚିଦାନନ୍ଦ ଜେନ,ଅର୍ଜୁନ ବଟେ, ସାରୁ କୱାସୀ,ସନ୍ତୋଷ ଦେଏ, ସୁଧୀର କୁମାର ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment