ଲକଡାଉନ୍ ପରେ ବିଦେଶ ଫେରନ୍ତାଙ୍କ ପାଇଁ ସଜାଗ ରହିଛି କୋଦଳା ।

କୋଦଳା,(ପିପିଟି ନ୍ଯୁଜ୍)୨୬/୦୪ ଜିଲ୍ଳା ପ୍ରଶାସନ ତଥା ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ମେ ୩ ଲକଡାଉନ ଶେଷ ହେବାକ୍ଷ୍ଯଣି ଜିଲ୍ଳା , ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପାଈଁ କୋଦଳା ଏନଏସି ପରିସୀମା ମଧ୍ୟରେ ଥିବା ସରକାରୀ,ବେସରକାରୀ ବିଦ୍ୟାଳୟ ଓ କଲ୍ୟାଣ ମଣ୍ଡପକୁ ମିଶାଇ ସମୁଦାୟ ଆଠଗୋଟି ଯାଗାରେ କ୍ଵରେଣ୍ଟାଇନ୍ କେନ୍ଦ୍ର କରାଯିବ ବୋଲି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି ।ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଶୁକ୍ରବାର ଠାରୁ ରେଜିଷ୍ଟ୍ରେସନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିରେ ଅଙ୍ଗନବାଡି କର୍ମୀଙ୍କ ସହାୟତା ଲୋଡାଯାଇଛି ।ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ତଥା ସୁପରଭାଈଜର ମମତା ଦାଶ ଙ୍କ ଅନୁମତି ପାଇ ଅଙ୍ଗନବାଡି କର୍ମୀ ପ୍ରଥମେ ଘର ଘର ବୁଲି ୧୩୭୬ଜଣ ଆସିବାକୁ ଥିବା ନେଇ ରିପୋର୍ଟ ପ୍ରଦାନ କରିବା ପରେ ସେମାନଙ୍କୁ ଲୋକମାନଙ୍କ ପାଇଁ ତତ୍ ସମ୍ବନ୍ଧୀୟ କିଛି ଦରଖାସ୍ତ ଫର୍ମ ପ୍ରଦାନ କରାଯାଇଥିଲା ଏବଂ ଯେଉଁମାନେ ଚାହିଁବେ ସେମାନେ କାର୍ଯାଳୟ ରୁ ନେଇ ଫର୍ମ ଫିଲାପ କରି କାର୍ଯ୍ୟାଳୟ କିମ୍ଵା ଅଙ୍ଗନବାଡି କେନ୍ଦ୍ରର ରେ ପ୍ରଦାନ କରିବାକୁ କହିଥିଲେ ।ରବିବାର ସକାଳ ୧୦ଘଣ୍ଟ ସୁଦ୍ଧା ଆଠଗୋଟି  ଅଙ୍ଗନବାଡି କର୍ମୀ 501 ଦରଖାସ୍ତ ପ୍ରଦାନ କରିଥିବା ବେଳେ ଅନ ଲାଇନ ରେ ୨୯ ଆବେଦନ ସଂଗ୍ରହ ହୋଇଥିବା ଏବଂ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ ପର୍ଯନ୍ତ ଏହି ଦରଖାସ୍ତ ସଂଗ୍ରହ ଅଭିଯାନ ଚାଲୁ ରହିଥିବା ନୋଡାଲ ଅଫିସର ତଥା କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ପ୍ରକାଶ କରିଛନ୍ତି ।ପ୍ରତ୍ୟକ କେନ୍ଦ୍ର ପାଇଁ ଶିକ୍ଷ୍ୟକ , ଅଙ୍ଗନବାଡି ଏଵଂ ଜଣେ ଏନଏସି କର୍ମକର୍ତ୍ତା ଙ୍କୁ ନେଇ ତିନିଜଣିଆ ଟିମ ଗଠନ ହୋଇଥିବା ବେଳେ ପ୍ରତ୍ୟକ ୱାର୍ଡ  ରୁ ଜଣେ ଲେଖାଏଁ ନୋଡାଲ ଅଫିସର କାର୍ୟାଳୟ ତରଫ ରୁ ଯୋଗାଇ ଦିଆଯିବ ବୋଲି ନୋଡାଲ ଅଫିସର କହିଛନ୍ତି । ସମସ୍ତ କେନ୍ଦ୍ର ପାଈଁ ଖାଇବା , ରହିବା , ଗାଧୋଇବା , ପାନୀୟଜଳ , ବିଦ୍ୟୁତଜୋଗାଣ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ନିର୍ବାହୀ ଅଧିକାରୀ ସୁଜିତ ଚୌଧୁରୀ ପ୍ରକାଶ କରିଛନ୍ତି ଯଦି କେଉଁ ଅଙ୍ଗନବାଡି କର୍ମୀ ଫର୍ମ କିଣିବା ପାଇଁ କିଛି ଖର୍ଚ୍ଚ କରିଛନ୍ତି ସେମାନେ ଭାଉଚର ଦେଇ କାର୍ୟାଳୟ ଠାରୁ ଉକ୍ତ ଖର୍ଚ୍ଚ ଟଙ୍କା ନେଇ ପାରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Comments (0)
Add Comment