ଲକଡାଉନରେ ଡ଼ିସକଭର ହିଂଜିଳିକାଟୁ ତରଫରୁ ସଙ୍ଗୀତ ପ୍ରତିଯୋଗିତା ।

ହିଞ୍ଜିଳିକାଟୁ,(ପିପିଟି ନ୍ଯୁଜ୍)୦୮/୦୬: ସାରା ରାଜ୍ୟ ରେ କୋରୋନା ର ପ୍ରାଦୁର୍ଭାବ ସାମାଜିକ ସ୍ଥରରେ ନ ବ୍ୟାପିବା ନିମନ୍ତେ ରାଜ୍ୟ ସରକାର ଲାଗୁ କରିଥିବା ଲକଡାଉନ ଏବଂ ସଟଡ଼ାଉନ ପରିସ୍ଥିତି କୁ ବିନିଯୋଗ କରି ବିଭିନ୍ନ ସାମାଜିକ ଓ ବ୍ୟବସାୟୀକ ଅନୁଷ୍ଠାନ ମାନେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଇଥାନ୍ତି। ଏହିପରି ଭାବେ ଆଞ୍ଚଳିକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଡ଼ିସକଭର ହିଂଜିଳିକାଟୁ ଦ୍ଵାରା ଏକ ରାଜ୍ୟବ୍ୟାପୀ ସଙ୍ଗୀତ ଗାନ ପ୍ରତିଯୋଗିତାର ଆୟୋଜନ ଅନଲାଇନ ମାଧ୍ୟମରେ କରାଯାଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟବ୍ୟାପୀ ସମୁଦାୟ ୬୪ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ତନ୍ମଧ୍ୟରୁ ୪ଜଣ ପ୍ରତିଯୋଗୀ ଙ୍କୁ ବିଶେଷ ଭାବେ ଶ୍ରେଷ୍ଠ ସମ୍ମାନିତ କରାଯାଇଥିଲା। କଥିତ ରୂପେ ସାରେଗାମା ପାର ଅନ୍ତିମ ପ୍ରତିଯୋଗୀ ଭାବେ ଉତ୍ତୀର୍ଣ୍ଣ ହୋଇଥିବା ସାୟଦ୍ ହବିବୁ୍ର ରହମାନ୍, ବାଲେଶ୍ବରରୁ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏବଂ ନିକଟତମ ପ୍ରଥମ ପ୍ରତିଦ୍ବନ୍ଦୀ ରୂପେ ଆଦିତି ପାଢ଼ୀ ବ୍ରହ୍ମପୁରରୁ, ଦ୍ଵିତୀୟ ପ୍ରତିଦ୍ବନ୍ଦୀ ଅଭୟ ରଞ୍ଜନ ପାଢ଼ୀ ବ୍ରହ୍ମପୁରରୁ, ତୃତୀୟ ପ୍ରତିଦ୍ବନ୍ଦୀ ରୂପେ ରୁଦ୍ରରୁପା ବ୍ରହ୍ମା ବ୍ରହ୍ମପୁରରୁ ହାସଲ କରିପାରିଥିଲେ। ଡ଼ିସକଭର ହିଂଜିଳିକାଟୁ ଅନୁଷ୍ଠାନର ସଂଯୋଜକ କାହ୍ନୁ ଚରଣ ପଣ୍ଡା ଓ ପ୍ରଭୁଦତ୍ତ ପାତ୍ର ଏହି ପ୍ରତିଯୋଗିତାକୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସଫଳ ମଣ୍ଡିତ କରେଇବାରେ ପୀତାମ୍ବର ଗୌଡ଼(ସଙ୍ଗୀତ ନିର୍ଦେଶକ), ଜ୍ୟୋତିର୍ମୟୀ ନାୟକ(କଣ୍ଠଶିଳ୍ପୀ) ଏବଂ ସୁନନ୍ଦା ସାମନ୍ତରାୟ (କଣ୍ଠଶିଳ୍ପୀ) ମୁଖ୍ୟ ବିଚାରକ ରୁପେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Comments (0)
Add Comment