ବ୍ରହମପୁର,୧୪/୧୧(ପିପିଟି): ଭେଜାଲ୍ ତଥା ତୈଳ ଓ ମସଲା ଯୁକ୍ତ ଖାଦ୍ୟ, ଅତିମାତ୍ରାରେ ମାନସିକ ଦୁଶ୍ଚିନ୍ତା ଓ ଅନିମୀୟତା ଜୀବନ ଶୈଳୀ ଡାଇବେଟିସ୍ ତଥା ମଧୁମେହ ରୋଗର ମୁଖ୍ୟ କାରଣ।ଆମେ ରୋଗକୁ ଶରୀରକୁ ଆସିବା ପୂର୍ବରୁ ଏହାର ପ୍ରତିକାର ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେବା ଅପେକ୍ଷା ରୋଗ ହେବା ପରେ ଚିକିତ୍ସା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚ କରି ହନ୍ତ ସନ୍ତ ହେବା ମୂର୍ଖାମୀ ର ପରିଚୟ। ନିୟମିତ ଯୋଗା, ବ୍ୟାୟାମ, ସମୟ ଅନୁଯାୟୀ ଓ ଉପଯୁକ୍ତ ଭୋଜନ ସହ ଅଯଥା ଦୁଶ୍ଚିନ୍ତା ରୁ ମୁକ୍ତ ରହିଲେ ଏହି ରୋଗରୁ ମୁକ୍ତ ହୋଇପାରିବା ବୋଲି ଆଜି ଗୋପାଳପୁର ରୋଡ,ରାମଚନ୍ଦ୍ରପୁର ସ୍ଥିତ ବିଶ୍ଵ ନିକେତନ ସମ୍ମିଳନୀ ପ୍ରକୋଷ୍ଠ ରେ ମହାନ୍ ସଂଘ ଓ ରୋଟାରୀ କ୍ଲବ ମିଡ ଟାଉନ ତରଫରୁ ବିଶ୍ଵ ମଧୁମେହ ଦିବସ ପାଳନ ଅବସରରେ ବିଶିଷ୍ଟ ସମାଜ ସେବୀ ତଥା ଉଭୟ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକାରୀ ସଭାପତି ହରିପ୍ରସାଦ ମଲଣାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଉଦୟ ପ୍ରଧାନ, ମନୋଜ ସାବତ, ବିଭୂତି ସାବତଙ୍କ ସମେତ ବରିଷ୍ଠ ନାଗରିକ ଓ ଯୁବକଙ୍କ ସମେତ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ଶେଷରେ ସମ୍ପାଦକ ସଞ୍ଜୟ ସାବତ ଧନ୍ୟବାଦ ପ୍ରଦାନ କରିଥିଲେ।