ରୋଟାରୀ କ୍ଳବ ଭଞ୍ଜନଗରର ପ୍ରତିଷ୍ଠା ଦିବସ ।

ଭଞ୍ଜନଗର, ୨୬/୦୬(ପିପିଟି) : ସ୍ଥାନୀୟ ରୋଟାରୀ କ୍ଳବ କାର୍ଯ୍ୟାଳୟ ଠାରେ କ୍ଳବର ପ୍ରତିଷ୍ଠା ଉତ୍ସବ ସଭାପତି ବସନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ସମ୍ପାଦକ ରାମଚନ୍ଦ୍ର ମିଶ୍ର ବାର୍ଷିକ ବିବରଣୀ ସହ କ୍ଳବର କାର୍ଯ୍ୟକ୍ରମ ଉପରେ କହିଥିଲେ । ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ, ସନ୍ତୋଷ କୁମାର ଜେନା ଓ ପ୍ରଶାନ୍ତ କୁମାର ସାହୁଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଦିନଟି ପୂର୍ବତନ ସଭାପତି ସନ୍ତୋଷ ଜେନାଙ୍କ ଏକତିରିଶ ତମ ବିବାହ ବାର୍ଷିକୀ ହୋଇଥିବା ଯୋଗୁଁ ଏବଂ ପୂର୍ବତନ ସଭାପତି ସନତ କୁମାର ସୁବୁଦ୍ଧି, ବିଶ୍ୱଜିତ ପୃଷ୍ଟିଙ୍କ ଜନ୍ମଦିନ ପାଇଁ କ୍ଳବ ତରଫରୁ ଉତ୍ସାହର ସହ ସମସ୍ତ ରୋଟାରୀ ପରିବାର ତରଫରୁ ପାଳନ କରାଯାଇଥିଲା । କ୍ଳବ ସମ୍ପର୍କରେ ପ୍ରାକ୍ତନ ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକ ସୂଚନା ପ୍ରଦାନ ସହ ତାର ନୀତିନିୟମ ଉପରେ ବୁଝାଇଥିଲେ । ଅନ୍ୟତମ ପ୍ରାକ୍ତନ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସନତ କୁମାର ସୁବୁଦ୍ଧି ଅତୀତର କାର୍ଯ୍ୟ ସହ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ । ଆଗାମୀ 2025-26 ସଭାପତି ରଂଜିତ କୁମାର ବାରିକ ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଉପରେ ମନ୍ତବ୍ୟ ପ୍ରଦାନ ସହ ସମସ୍ତଙ୍କ ସହଯୋଗରେ କ୍ଳବର ସେବା ଓ ସହଯୋଗ କାମନା କରିଥିଲେ । କ୍ଲବର ସମସ୍ତ ସଭ୍ୟ ଓ କର୍ମକର୍ତ୍ତାଙ୍କ ସହମତରେ ମହିଳା ମାନଙ୍କୁ ନେଇ ଏକ ଇନର ହୁଇଲ କ୍ଳବ ଗଠନ କରାଯିବା ପାଇଁ ନିଷ୍ପତ୍ତି ସହ ଖୁସି ମେଡମଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏଥିରେ ଫାଷ୍ଟ ଲେଡି ସଭାପତି ସହ ସୁବୁଦ୍ଧି ମାଡାମ ଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ବାଇ ଲ ପ୍ରକାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଭାପତି ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ରୋଟାରୀ ପରିବାର ଯୋଗ ଦେଇ ଏହାକୁ ପାଳନ କରିଥିଲେ । ଶେଷରେ ରୋଟାରୀଆନ ସୁଧୀର କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment