ଭଞ୍ଜନଗର, ୦୨/୦୭(ପିପିଟି):ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ସଭାଗୃହ ରେ ରୋଟାରୀ କ୍ଳବ ଭଞ୍ଜନଗର ଦ୍ୱାରା ଆଜି ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ୨୦୨୫ -୨୦୨୬ ବର୍ଷ ପାଇଁ ଚୟନ ହୋଇଥିବା ନୂତନ ରୋଟାରୀ କ୍ଳବ ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ରଞ୍ଜିତ କୁମାର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେଡିକାଲ ଅଧିକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରେ ଜାତୀୟ ସଂଗୀତ ଗାନ କରିବା ପରେ ଅତିଥି ଏବଂ ଉପସ୍ଥିତ ସ୍ବେଛାସେବୀ ମାନେ ଡାକ୍ତର ମାନଙ୍କ ଜୀବନ ଧାରା ଉପରେ ନିଜର ବାର୍ତ୍ତା ପ୍ରଦାନ କରିଥିଲେ। ପରେ ସମସ୍ତ ଡାକ୍ତର ମାନଙ୍କୁ ସେମାନଙ୍କ ନିଃସ୍ୱାର୍ଥପର ସେବା ପାଇଁ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯଇଥିଲା। ଅନ୍ୟ ଡାକ୍ତର ମାନଙ୍କ ମଧ୍ୟରେ ବରିଷ୍ଠ ଭେଷଜ ବିଷଶେଷଜ୍ଞ ଡା. ବି ପ୍ରଣବାନନ୍ଦ ପାତ୍ର, ପ୍ରସୂତି ବିଶେଷଜ୍ଞ ନିବେଦିତା ମହାପାତ୍ର, ଗୋବିନ୍ଦ ମହାପାତ୍ର, କିରଣ ମହାପାତ୍ର, ବିଶାଖା ବୈଶାଖୀ ଦାସ, ସତୀଶ କୁମାର ପାଢ଼ୀ, ସତ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ।ସ୍ୱାସ୍ଥ୍ୟ ସେବା କାର୍ଯ୍ୟରେ ଡାକ୍ତରମାନଙ୍କ ଭୂମିକା ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ରୋଟାରିଆନଙ୍କ ମିଳିତ ସହଯୋଗରେ ଡବଲ ଇଞ୍ଜିନ ସେବା ସ୍ଥାନୀୟ ଲୋକଙ୍କ ପାଇଁ ବହୁ ସୁଯୋଗ ଆଣିଦେବ ବୋଲି ମେଡ଼ିକାଲ ଅଧିକ୍ଷକ ଶ୍ରୀ ଶତପଥୀ କହିଥିଲେ। ନୂତନ ବର୍ଷ ର ସମ୍ପାଦକ ରୋଟାରୀଆନ ଗୁପ୍ତେଶ୍ୱର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ମେଡିକାଲ ପରିଚାଳକ ରୋଟାରୀଆନ ବିଚିତ୍ର କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଉପସ୍ଥିତ ଡାକ୍ତରମାନେ କେକ୍ କାଟି ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ଡାକ୍ତର ବି. ପ୍ରଣବାନନ୍ଦ ପାତ୍ର ଓ ତାଙ୍କ ପତ୍ନୀ ଡ଼ା. ନିବେଦିତା ମହାପାତ୍ର ସେବା ମନୋବୃତ୍ତି ଆପଣାଇ ଆଜି ରୋଟାରୀ କ୍ଲବର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।ତେଣୁ କ୍ଲବ ତରଫରୁ ଉଭୟଙ୍କୁ ସମ୍ମାନିତ କରାଯାଇଥିଲା।ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଭଞ୍ଜନଗର ରୋଟାରୀ କ୍ଲବ ଉତ୍ତମ ସେବା ଯୋଗାଇ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିବ ବୋଲି ନୂତନ ସଭାପତି ରଞ୍ଜିତ କୁମାର ବାରିକ ଆଶା ବ୍ୟକ୍ତ କରିଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)