ରୋଟାରୀ କ୍ଲବ ତରଫରୁ ମାଗଣା ହୃଦୟ ପରୀକ୍ଷା ଶିବିର ।

ଭଞ୍ଜନଗର,୨୩/୦୯(ପିପିଟି): ସ୍ଥାନୀୟ ରେଡ଼କ୍ରସ ରୋଡ଼ ସ୍ଥିତ ଶିଶୁଉଦ୍ୟାନ ଠାରେ ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ବିଶ୍ୱ ହୃଦୟ ଦିବସ ଅବସରରେ ଏକ ମାଗଣା ହୃଦୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଘୁମୁସର ତହସିଲଦାର ନିହାର ରଞ୍ଜନ ବେହେରା ଉଦଘାଟନ କରିଥିବା ବେଳେ କ୍ଲବ ସଭାପତି ରୋଟାରୀଆନ ମଧୁସୂଦନ ମହାପାତ୍ର, ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି, ପୂର୍ବତନ ସଭାପତି ଦେବୀପ୍ରସାଦ ପାତ୍ର, ଶ୍ରୀରାମ ପ୍ରସାଦ ପାଳ, କାର୍ଯ୍ୟକ୍ରମ ଅଧକ୍ଷ ସନ୍ତୋଷ ଜେନା, ପ୍ରଦ୍ୟୁମ୍ନ କୁମାର ମଳିକ, ପଞ୍ଚାନନ ମିଶ୍ର ମଞ୍ଚରେ ଉପସ୍ଥିତ ରହି ବିଶ୍ୱ ହୃଦୟ ଦିବସ ଉପରେ ଏବଂ କ୍ଲବ ତରଫରୁ ଆୟୋଜିତ ବିଭିନ୍ନ ସେବା କାର୍ଯ୍ୟକ୍ରମ ଉପରେ ମତ ରଖିଥିଲେ। ଏହି ଅବସରରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରୁ ଆସିଥିବା ଡ. ପ୍ରତ୍ୟୁଷ ନାଗ ରୋଟାରୀ କ୍ଲବର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ରକ୍ତଚାପ ପରୀକ୍ଷା କରିଥିଲେ। ପରେ ପରେ ହୃଦୟ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆପୋଲୋ ହସ୍ପିଟାଲରୁ ଆସିଥିବା ମାନସ ରଞ୍ଜନ ନାୟକ, ଅଶୋକ କୁମାର ଜେନା, ଦିବ୍ୟଜ୍ୟୋତି ତ୍ରିପାଠୀ ରୋଗୀ ସେବା ସମ୍ପର୍କିତ ବିଭିନ୍ନ ପରୀକ୍ଷା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀଆନ ରଞ୍ଜିତ ବାରିକ,ରବୀନ୍ଦ୍ର ପାଣିଗ୍ରାହୀ,ବସନ୍ତ ତ୍ରିପାଠୀ, ଗୌରୀ ଶଙ୍କର ମିଶ୍ର, ସୁଧୀର ପାଣିଗ୍ରାହୀ, ଦିଲ୍ଲୀପ, ସନତ କୁମାର ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଏକ ଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ହୃଦୟ ପରୀକ୍ଷା କରାଯାଇଥିଲା।ଶେଷରେ ଶ୍ରୀନିବାସ ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment