ରେସନ କାର୍ଡରେ ନାମ ଅଛି ହେଲେ ସାମଗ୍ରୀ ସାତସପନ।

ବୋଲଗଡ଼,୦୭/୧୧(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତର ଜଗନ୍ନାଥପୁରୁ ଗ୍ରାମର ପୁଷ୍ପ ମଞ୍ଜୁରା ପ୍ରତାପ ସିଂହ ସରକାରଙ୍କ ମୋୖଳିକ ସୁବିଧା ଠାରୁ ଦୂରରେ। ଯେମିତିକି ରାସନ୍ କାର୍ଡରେ ରହିଛି ନାମ ହେଲେ ମାତ୍ର ପ୍ରାୟ ଏକ ବର୍ଷ ଧରି ହେଲା ରାସନ୍ ସାମଗ୍ରୀ ପାଉନଥିବା ନେଇ ପଞ୍ଚାୟତ ଠାରୁ ବ୍ଲକ ଯାଏଁ ଜଣେଇ ଥକି ପଡିଲେଣି । କିନ୍ତୁ ସରକାରୀ ବାବୁମାନେ ମୁକ ସାଜିଛନ୍ତି କେବେ ଶୁଣିବେ,ପରିଣତ ବୟସରେ ସମୂଦ୍ରକୁ ପାଣି ଶଙ୍ଖେ ଭଳି ଲାଗୁଛି। ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ପରିଣତ ବୟସରେ ସରକାରୀ ଯୋଜନାକୁ ଆଶ୍ରୟ କରି ବଞ୍ଚିଥିବା ବେଳେ ସରକାରୀ ସାହାଯ୍ୟ ହୋଇ ପଡ଼ିଛି ସାତ ସପନ,ତତ୍ ସହିତ ଆବାସ ଯୋଜନା ଘର ଖଣ୍ଡିଏ ପାଇବାପାଇଁ ଯାଗ୍ୟ କିନ୍ତୁ ତାହାମଧ୍ୟ ପାଇପାରି ନାହାନ୍ତି। ଯଦି ସରକାର ଦୁଃଖି, ଅସହାୟ ଗରିବ ଲୋକଙ୍କ ଉପରେ ଦୃଷ୍ଟି ନିକ୍ଷେପ କରିବେ ତାହାଲେ ଏଭଳି କେତେକ ଲୋକ ଉପକୃତ ହୋଇପାରନ୍ତେ ତାହା ପୁଷ୍ପମଞ୍ଜୁରା କହିଛନ୍ତି। ସୁଚନା ଅନୁସାରେ ବୋଲଗଡ଼ ବ୍ଲକ ଅଞ୍ଚଳରେ ପ୍ରାୟ ଅନେକ ଲୋକଙ୍କର ରେସନ୍ କାର୍ଡରେ ନାମଥାଇମଧ୍ୟ ରେସନ୍ ସାମଗ୍ରୀ ରୁ ଦୀର୍ଘବର୍ଷ ଧରି ବଞ୍ଚିତ ହେବାର ଜଣାପଡିଛି। ତେଣୁ ସ୍ତାନୀୟ ପ୍ରସାସନ ଏହାର ତୁରନ୍ତ ତଦନ୍ତ କରି ରେସନ୍ ସାମଗ୍ରୀ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

ରେସନ କାର୍ଡରେ ନାମ ଅଛି ହେଲେ ସାମଗ୍ରୀ ସାତସପାନ।

Comments (0)
Add Comment