ରେଳ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ।

ହରଭଙ୍ଗା,୧୭/୧୨:ପଶ୍ଚିମ ଓଡିଶାର ଲାଇଫ୍ଲାଇନ୍ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଦ୍ରୁତଗତିରେ ନିର୍ମାଣଧିନ ରହିଛି । ଏହା ସହ ୩୭ବର୍ଷର ସ୍ୱପ୍ନ ଅତିଶୀଘ୍ର ପୂରଣ ହେବାକୁ ଯାଉଛି । ସୋମବାର ବୌଦ୍ଧ ଜିଲ୍ଲାପାଳ ସୁବ୍ରତ ପଣ୍ଡା ମାରଦିଙ୍ଗ ଏବଂ ଅଡ଼େଣିଗଡ଼ ସ୍ଥିତ ନିର୍ମାଣଧୀନ ରେଳ ସୁଡ଼ଙ୍ଗ ପରିଦର୍ଶନ କରିବା ସହ ମାଧପୁର ଠାରେ ନିର୍ମାଣଧୀନ ରେଳ ଲାଇନର ଜମି ଅଧିଗ୍ରହଣ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଯଥା ଶୀଘ୍ର କାର୍ଯ୍ୟ ସରିବା ପାଇଁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରକାଶ ଯେ ୧୯୮୪-୮୫ ମସିହାରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣକଥା ଉଠିଥିଲା । ଉକ୍ତ ରେଳପଥକୁ ନିର୍ମାଣକୁ ନେଇ ବୌଦ୍ଧ-ସୋନପୁର,ନୟାଗଡ ଭଳି ୦୩ଟି ଜିଲ୍ଲାବାସୀଙ୍କ ସ୍ୱପ୍ନକେବେ ପୂରଣ ହେବ ବୋଲି ନାନାପ୍ରକାର ଚର୍ଚ୍ଚା ଲାଗିରହିଥିଲା । ଗତ କିଛିଦିନତଳେ ନୟାଗଡ ଜିଲ୍ଲା ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ସୋନପୁର ଜିଲ୍ଲାକୁ ଖୋର୍ଦ୍ଧ-ବଲାଙ୍ଗୀର ରେଳପଥ ସଂଯୋଗ ପରେ ମଝିରେ ରହିଥିବା ବୌଦ୍ଧବାସୀଙ୍କ ରେଳପଥ ସ୍ୱପ୍ନ ପୂରଣ ହେବାରେ ସୁଡଙ୍ଗ ଅନ୍ତରାୟ ସୃଷ୍ଟି କରିଛି । ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ମୋଟ ୦୭ଗୋଟି ସୁଡଙ୍ଗ ନିର୍ମାଣ ହେବ ।ଆଡେଣିଗଡଠାରେ ସବୁଠାରୁ ୪.୧୮୫କି.ମିର ଦୀର୍ଘତମ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ତେଇଶିମାଇଲ ନିକଟରେ ୧.୯୭୫କି.ମିର ଦ୍ୱିତୀୟ ବୃହତମ ସୁଡଙ୍ଗ ନିର୍ମାଣଧିନ ରହିଛି । ଅନ୍ୟପଟେ ମାର୍ଦ୍ଦୀଙ୍ଗ ନିକଟରେ ଚାଲିଥିବା ଦୁଇଟି ସୁଡଙ୍ଗ ନିର୍ମାଣଧିନ ରହିଛି । ସେଥିରୁ ଗୋଟିଏ ୦.୩୧୭ ଏବଂ ଅନ୍ୟଟି ୦.୩୧୫ ମିଟର ବୋଲି ସୂଚନା ମିଳିଛି ।ଆଉ ତିନିଗୋଟି ସୁଡଙ୍ଗ ମାଧପୁର ଠାରୁ ଦଶପଲ୍ଲା ମଧ୍ୟରେ ନିର୍ମାଣଧିନ ରହିଛି ।ଗତ ନଭେମ୍ବର ମାସରେ ବୌଦ୍ଧ ପର୍ଯ୍ୟନ୍ତ ସି.ଆର.ଏସ କାର୍ଯ୍ୟ ସରିଛି। କେବଳ ବୌଦ୍ଧକୁ ରେଳ ଚଳାଚଳ ବାକିରହିଛି. ଅନ୍ୟପଟେ ପ୍ରଥମଥର ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି ।ଆଜିର ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ହରଭଙ୍ଗା ବିଡ଼ିଓ ଶରତ ସେଠି,ତହସିଲଦାର ବିଭୁ ପ୍ରସାଦ ସିଂ ପ୍ରମୁଖ ଯୋଗଦାନ କରିଥିଲେ।

Comments (0)
Add Comment