ପାଗା,୧୪/୦୮: ରେଭେନ୍ସା କୁଳପତିଙ୍କ ଇସ୍ତଫା ଦାବି କଲେ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ବିଶ୍ବଜିତ ମହାନ୍ତି ।
“ଯେଉଁ କୁଳପତି ରେଭେନ୍ସା ବିଶ୍ଵବିଦ୍ୟାଳୟର ସମ୍ପତ୍ତିର ଅନଧିକୃତ ବ୍ୟବହାର ବିରୋଧରେ ଦୃଢ଼ ଭାବେ ଠିଆ ହୋଇପାରୁ ନାହାନ୍ତି ଏବଂ ବିଶ୍ଵବିଦ୍ୟାଳୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା କରିପାରୁ ନାହାନ୍ତି, ସେ ରେଭେନ୍ସା ବିଶ୍ଵବିଦ୍ୟାଳୟ କୁଳପତି ପଦରେ ରହିବା ଉଚିତ ନୁହେଁ।
ତେଣୁ ତାଙ୍କୁ ତୁରନ୍ତ କୁଳପତିଙ୍କୁ ପଦରୁ ହଟାଯାଉ।
ପ୍ରସ୍ତାବିତ ସିନେଟ୍ ସଦସ୍ୟ ତଥା କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନାମାଙ୍କନ କୁ ବାତିଲ କରାଯାଉ।
ରେଭେନ୍ସା ବିଶ୍ଵବିଦ୍ୟାଳୟ କୁଳପତି ପଦରୁ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ହଟାଇବା ସହ ଉପଯୁକ୍ତ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ନିରପେକ୍ଷ, ଶୃଙ୍ଖଳିତ ଏବଂ ସ୍ଵଚ୍ଛ ପ୍ରଶାସନ ସୁନିଶ୍ଚିତ କରିବା ପାଇଁ ଜଣେ ପ୍ରଶାସକଙ୍କୁ ନିଯୁକ୍ତ କରାଯାଉ ବୋଲି ସେ ଦାବି ରଖିଛନ୍ତି।
ସେପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଶୃଙ୍ଖଳାଜନିତ ପ୍ରସଙ୍ଗରେ ଦୃଢ଼ ଭାବେ ଠିଆ ହୋଇ ପାରିନଥିବା ଏବଂ ହଷ୍ଟେଲ୍ ସମ୍ବନ୍ଧୀୟ ବିଷୟକୁ ସମଗ୍ର ବିଶ୍ଵବିଦ୍ୟାଳୟର ବିଷୟରେ ପରିଣତ କରିବା,ବିଶ୍ଵବିଦ୍ୟାଳୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦେବାରେ ଅସମର୍ଥ।,ରେଭେନ୍ସା ବିଶ୍ଵବିଦ୍ୟାଳୟ ସିନେଟ୍ ର ସଦସ୍ୟ ଭାବେ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରସ୍ତାବିତ ନାମାଙ୍କନ କୁ ତୁରନ୍ତ ବାତିଲ କରାଯାଉ, ସିନେଟ୍ ସଦସ୍ୟ ହେବା ପୂର୍ବରୁ ବିଶ୍ଵବିଦ୍ୟାଳୟ ଏବଂ ଏହାର ସମ୍ପତ୍ତିରେ ଅନଧିକୃତ ଭାବେ ବିଦେଶୀ ସଂସ୍କୃତି (ଫ୍ରେଣ୍ଡସ୍ ଡେ) ପାଳନକୁ ସମର୍ଥନ କରି ବିଶ୍ଵବିଦ୍ୟାଳୟ ନିୟମ ଉଲ୍ଲଂଘନ କରିବା,ଗଣମାଧ୍ୟମରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଓ କଟକର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବା,
ରେଭେନ୍ସା ବିଶ୍ଵବିଦ୍ୟାଳୟ ଭଳି ଏକ ସ୍ଵାୟତ୍ତ ଶିକ୍ଷାନୁଷ୍ଠାନ କୁ ଅନଧିକୃତ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରହିବା ଆବଶ୍ୟକ। ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀଙ୍କ ସ୍ଵାର୍ଥ ଏବଂ ବିଶ୍ଵବିଦ୍ୟାଳୟର ମର୍ଯ୍ୟାଦା ସର୍ବୋପରି ହେବା ଉଚିତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।