ରେଞ୍ଜରଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ।

ଭଞ୍ଜନଗର,୧୦/୦୨(ପିପିଟି): କନ୍ଧମାଳ ଜିଲ୍ଲା କ. ନୂଆଗାଁ ରେ କାର୍ଯ୍ୟରତ ଫରେଷ୍ଟ ରେଞ୍ଜର ବୈରାଗୀ ବେହେରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭଞ୍ଜନଗର ଲଣ୍ଡେଇ ସାହି ସ୍ଥିତ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଘରେ ଥିବା ବିଭିନ୍ନ ସାମଗ୍ରୀ ଓ ଆସବାବପତ୍ର ସମ୍ପର୍କରେ ଆକଳନ ଚାଲିଛି।ଶ୍ରୀ ବେହେରାଙ୍କୁ ଫୁଲବାଣୀ ରୁ ଏଠାକୁ ଆଣିବା ପରେ ଅଧିକ ପଚରା ଉଚରା କରାଯିବ ବୋଲି ଜଣାପଡ଼ିଛି।ଏଥି ସହ ଦଦରା ଲୁଣ୍ଡା ଫାର୍ମ ହାଉସ ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏକକାଳୀନ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

 

Comments (0)
Add Comment