ରେଞ୍ଜରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଉଲୁଣ୍ଡା,୦୯/୧୨(ପିପିଟି): ଉଲୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟର ରେଞ୍ଜର ଶିବ ପ୍ରସାଦ ନାଏକଙ୍କୁ ବିଦାୟ କାଲୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରକାଶ ଯେ ଶ୍ରୀଯୁକ୍ତ ନାୟକଙ୍କୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରେଞ୍ଜକୁ ବଦଲି ହୋଇଥିବା ଅବସରରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ।ଏହି ଅବସରରେ ବନପାଲ ଜଗବନ୍ଧୁ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀଯୂକ୍ତ ନାଏକ ନିଜ କାର୍ଯ୍ୟକାଳର ଅନୁଭୂତି ବର୍ଣ୍ଣନା କରିବା ସହ କାର୍ଯ୍ୟକାଳ ସମୟରେ ସମସ୍ତ କର୍ମଚାରୀଙ୍କ ସହଯୋଗ ଯୋଗୁଁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାଲୋଏ ବନପାଲ ପ୍ରସନ୍ନ ନାୟକ, ସିଣ୍ଢୋଲ ବନପାଳ ଗୋପାଲ ପଣ୍ଡା, ବନରକ୍ଷୀ ଚୌଦୁରୀ ଦଲପତି, ବନମାଲି ପାଣ୍ଡେ, ଆସୁତୋଷ ହୋତା, ଶକ୍ତିରାଜ ସିଂ ଧରୁଆ, ବଳରାମ ନାଏକ, ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ସ୍କ୍ୱାର୍ଡ ଟିମ ଉପସ୍ଥିତ ରହିଥିଲେ । ଶେଷରେ ଖରାପୁରା ବନପାଲ ପଦ୍ମଲୋଚନ ଭୋଇ ଧନ୍ୟବାଦ ଦେଇଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment