ସୁବର୍ଣ୍ଣପୁର ,୦୨/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଧୂବାମୁଣ୍ଡା ଠାରେ ସ୍ବେଛାସେବୀ ସଂଗଠନ ରେଆର ତରଫରୁ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ସହାୟତା ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଆଜି ଭିନ୍ନକ୍ଷମ ମାନଙ୍କ ନେତୃତ୍ୱ ବିକାଶ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଭିନ୍ନକ୍ଷମଙ୍କ ମାନଙ୍କ ବିକାଶ ପାଇଁ ପ୍ରତ୍ୟେକ ତଥା ସମସ୍ତ ଙ୍କ ଅବଦାନ ର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ । ଆଲୋଚନାଚକ୍ର ର ଆଭିମୁଖ୍ୟ ଉପସ୍ଥାପନା କରିବାସହ ଆମର ସାମାଜିକ ଉତ୍ତରଦାୟିତ୍ୱ ସମ୍ପର୍କ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା ଆଲୋଚନା କରିଥିଲେ । ଅନ୍ୟତମ ଅତିଥିଭାବେ ରେଆରର ଉପସଭାପତି ପଦ୍ମିନୀ ବକ୍ସି, ସଦସ୍ୟ ଅମ୍ବୁଜ ବିହାରୀ ଶତପଥି, ହରିପ୍ରିୟା ପାଣିଗ୍ରାହୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିବା ବେଳେ କୁଲୁ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲା ର ସର୍ବଶିକ୍ଷା ଅଭିଯାନ ର ଆଇ ଡି ସଂଯୋଜକ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ