ରୁମାଗଡ ପଞ୍ଚାୟତ ସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି ।

ପୋଲସରା,୧୬/୦୩ (ପିପିଟି) :ପୋଲସରା ବ୍ଲକ ରୁମାଗଡ଼ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଡ଼ିଓ ସୋନମ୍ ବେହେରା, ସା°ସଦ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ସିଡ଼ିପିଓ ତିଳୋତ୍ତମା ରାଉତ ପ୍ରମୁଖ ଯୋଗଦେଇଥିଲେ।ଏଥିରେ ମୋଟ୍ ୧୫ଟି ଅଭିଯୋଗ ପଞ୍ଜୀକରଣ ହୋଇଥିବାବେଳେ ୬ ଜଣଙ୍କୁ ଭତ୍ତା ବଣ୍ଟନ ଜଣେ ମହିଳା ଗ୍ରୁପକୁ ଆର୍ଥିକ ଋଣ ଏଵଂ ୨୩ ଜଣଙ୍କୁ ଘରବାରି ପଟ୍ଟା ଦିଆଯାଇଥିଲା। ଉକ୍ତ ଶିବିରରେ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରଭାକର ପଣ୍ଡା ପଞ୍ଚାୟତ ସରପଞ୍ଚ ଜିତୁ ବିଷୋୟୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦଳାଇ, ଜନଶୁଣାଣି ଅଧିକାରିଣୀ ଲିପ୍ସା ରାଣୀ ଭଞ୍ଜ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ୱରୂପ ତ୍ରିପାଠୀ, ଫରେଷ୍ଟର୍ ଗାର୍ଡ କାର୍ତ୍ତିକ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଷ୍ଟାଫ୍ , ଅଙ୍ଗନୱାଡ଼ି କର୍ମୀ, ସିଆରପି ଏମବିକେ ଓ କର୍ମଚାରୀ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment