ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଜନସଚେତନା କାର୍ଯ୍ୟକ୍ରମ।

ବୋଲଗଡ,୦୪/୧୧(ପିପିଟି): ବୋଲଗଡ ବ୍ଲକ କାର୍ଯ୍ୟଳୟ ସଭାଗୃହରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ବୋଲଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଦିଲ୍ଲୀପ କୁମାର ଭୂଇଁ, ଆର୍ଥିକ ସାକ୍ଷରତା ପରାମର୍ଶ ଦାତ୍ତ ପ୍ରମୋଦ କୁମାର ମହାପାତ୍ର, ଏବିଡ଼ିଓ ରତିକାନ୍ତ ମିଶ୍ର, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ବୋଲଗଡ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପରିଚାଳକ ପ୍ରତୀକ ରାଜ ସାମଲ ପ୍ରମୁଖ ଯୋଗଦେଇ ରିଜର୍ଭ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ପ୍ରଦ୍ଧତି ଜନ ସଚେତନା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ବ୍ୟାଙ୍କ ଗୁଡିକ କିଭଳି ଲୋକ ମାନଙ୍କ ଆର୍ଥିକ ସହାୟତା କରିପାରିବ ସେ ନେଇ ପରାମର୍ଶ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଭିମାପଡା, ବୋଲଗଡ, ନୟାଗଡ଼ ଓ ଏଚଡିଏଫସି ଡାବରଧୁଆପାଟଣା, ଓଡ଼ିଶା ଗ୍ରାମ ବ୍ୟାଙ୍କ ବୋଲଗଡ, ପିଚୁକୁଳି, ବଙ୍କୋଇ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତାଳତୁମ୍ବୁ ପ୍ରମୁଖ ବ୍ୟାଙ୍କ ଗୁଡ଼ିକର ମୁଖ୍ୟ ପରିଚାଳକ ମାନେ ଯୋଗଦେଇଥିଲେ। ବୋଲଗଡ ବ୍ଲକର ୧୯ ଗୋଟି ଗ୍ରାମପଞ୍ଚାୟତରୁ ବ୍ୟାଙ୍କ ମିତ୍ର, ସିରପି,ଏମବିକେ ପ୍ରମୁଖ ବହୁ ଜନସାଧାରଣ ଯୋଗ ଦେଇଥିଲେ। ବୋଲଗଡ ବ୍ଲକର ମହିଳା ସହାୟକ ଗୃପ୍ ସଭାପତି ଶୈଳବାଳା ବାହିନୀପତି ଓ ଖଙ୍ଗୁରିଆ ମହିଳା ସଭାପତି ସମସାଦ ବେଗମ୍ ପ୍ରମୁଖ ବହୁ ମହିଳା ସଂଗଠନ ଯୋଗଦେଇଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment