ଭଞ୍ଜନଗର,୦୧/୦୫(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡିହପଢାଳ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରିଓ ଫାଉଣ୍ଡେସନ ତରଫରୁ ଆଜି ବିଶ୍ଵ ଶ୍ରମିକ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ଅଧିକ୍ଷକ ଡ. ସୀତାଂଶୁ ଶେଖର ଶତପଥୀ,ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ଶ୍ରମ ଅଧିକାରୀ ସୁରଥ କୁମାର ସ୍ବାଇଁ, ରିଓ ଫାଉଣ୍ଡେସନର ପ୍ରତିଷ୍ଠାତା ଭାଗ୍ୟଲତା ସ୍ଵାଇଁ, ରିଓ ର ଅଧ୍ୟକ୍ଷ ରାହୁଲ ସ୍ଵାଇଁ,ଡିହପଡ଼ାଳ ପଞ୍ଚାୟତର ସରପଞ୍ଚ ରୋଜି ବରାଡ଼,ସମିତି ସଭ୍ୟା କୁନି ବିଷୋୟୀ,ସମାଜ ସେବୀ କୁବେର ପ୍ରଧାନ,ରିଓ ଜିଲ୍ଲା ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଆଜି ବିଶ୍ଵ ଶ୍ରମିକ ଦିବସ ପାଳନ ଅବସରରେ ରିଓ ମୁଖ୍ୟ ରାହୁଲ ସ୍ବାଇଁଙ୍କ ନେତୃତ୍ବରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶ୍ରମିକମାନେ ହେଲେ ଚଳନ୍ତି ବିଶ୍ୱକର୍ମା ତେଣୁ ସେମାନେ କିପରି ସଠିକ୍ ମଜୁରୀ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ ତାହା ଶ୍ରମ ଅଧିକାରୀ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ରିଓ ଅନୁଷ୍ଠାନ ତରଫରୁ ବହୁ ଜନହିତକର କାର୍ଯ୍ୟ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଭଞ୍ଜନଗର ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ପ୍ରତିନିଧି ସ୍ନେହା ବେହେରା, କୃପାସିନ୍ଧୁ ସ୍ୱାଇଁ,ପୁରୁଷୋତ୍ତମ ପୁର ପ୍ରତିନିଧି ଶୁଭଙ୍କରୀ ଦାସ,ଭଗବାନ ପାଢ଼ୀ,ବ୍ରହ୍ମପୁର ପ୍ରତିନିଧି ଲଡୁ କିଶୋର ପାତ୍ର,ମିଥୁନ ବାରିକ, କନ୍ଧମାଳ ଜିଲ୍ଲାର ବୈଦ୍ୟନାଥ ବେହେରାଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ସକାଶେ ସମ୍ମାନିତ କରାଯାଇଥିଲା।ଏଥିସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ,ପୁରୁଷ ଓ ମହିଳା ଶ୍ରମିକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ରିଓ ସଙ୍ଗଠନର ଏଭଳି ମହତ୍ତ୍ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )