ରାୟଗଡାସ୍ଥିତ ଚକ୍ଷୁ ଅନୁଷ୍ଠାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟାଙ୍କ ଶୁଖିଲା ଖାଦ୍ୟ ଯୋଗାଣ।

ରାୟଗଡା,୧୭/୦୬(ପିପିଟି); ରାୟଗଡା ଜିଲ୍ଲା ପିତାମହଲ ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ଠାରେ ନିଃସ୍ୱାର୍ଥପର ଭାବେ ନିଜକୁ ସମାଜ ସେବାରେ ନିରବଚ୍ଛିନ୍ନ ସମର୍ପିତ କରିଥିବା ରାୟଗଡ଼ା ଜିଲ୍ଲା ବିଜୁ ଜନତାଦଳ ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସଙ୍କ ଉପସ୍ଥିତିରେ ବିଜୁ ଛାତ୍ର ଜନତାଦଳର ଜିଲ୍ଲା ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା(ପିଙ୍କୁ)ଙ୍କ ଜରିଆରେ ଗରୀବ ଶ୍ରେଣୀର ଚକ୍ଷୁ ରୋଗୀଙ୍କୁ ଚାଉଳ,ଡାଲି ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି ଓ ରୋଗୀଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଯୁବ ଜନତା ସଭାପତି ଦେବାଶିଷ ଖାଡ଼ଙ୍ଗା, ରାୟଗଡା ନଗର ସଭାପତି ସତ୍ୟ ନାରୟଣ ପାଢ଼ୀ,ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା (ମଣ୍ଟୁ) ନିଖିଲ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ଓ ଯୁବ ନେତୃତ୍ୱକୁ ସ୍ଥାନୀୟ ଜନସାଧାରଣ ଏପରି କାମକୁ ଭୂୟସୀ ପ୍ରଶଂସା କରିଛନ୍ତି।

(ରିପୋର୍ଟ – ନବୀନ ନାୟକ ବେହେରା। )

Comments (0)
Add Comment