ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ହିଞ୍ଜିଳି ଯୁବ କଂଗ୍ରେସର ତରଫରୁ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ ।

ହିଞ୍ଜିଳିକାଟୁ,୧୯/୦୬(ପିପିଟି); -ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସ ରରେ ଡା. ସୃତି ରଞ୍ଜନ ଲେଙ୍କା ଓ ଚିନ୍ମୟ କୁମାର ହୋତାଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଯୁବ କଂଗ୍ରେସ ତରଫରୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଉଥିବା ସମସ୍ତ ରୋଗୀମାନଙ୍କୁ ଫଳ ଓ ଶୁଖିଲଖାଦ୍ୟ ପେକେଟ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯକ୍ରମରେ କଂଗ୍ରେସ ଯୁବନେତା କହ୍ନେୟାଲାଲ ସାବତଙ୍କ ନେତୃତ୍ୱରେ କଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଏହି କାର୍ଯକ୍ରମରେ ଯୁବ କଂଗ୍ରେସ କର୍ମୀ ମନୋଜ କୁମାର ଗୌଡ଼ ,ପବିତ୍ର ସେଠୀ , ସାଗର ଦାସ , ରାଜେଶ ସେଠୀ , ଛାତ୍ର ନେତା ଚନ୍ଦନ କୁମାର ପାଢୀ ,ଶ୍ରୀକାନ୍ତ , ବଣ୍ଟି ଓ ବିଶାଳ ପ୍ରମୁଖ ଯୋଗଦେବା ସହ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
( ରିପୋର୍ଟ – ସାନ୍ତନୁ କୁମାର ବେହେରା)

Comments (0)
Add Comment