ରାସ୍ତା ପାର୍ଶ୍ବ ଗାର୍ଡୱାଲ ନିର୍ମାଣ ନିମ୍ନମାନର ଅଭିଯୋଗ।

ପୁରୁଷୋତ୍ତମପୁର,୦୨/୦୧(ପିପିଟି): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡବାଇ ଛକ ଠାରୁ ଗୋପପୁର ରାସ୍ତାର ପାର୍ଶ୍ବରେ ନିର୍ମାଣ ହେଉଥିବା ଗାର୍ଡୱାଲ କାର୍ଯ୍ଯ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏଷ୍ଟିମେଟ ଅନୁଯାଇ କାର୍ଯ୍ଯ ହେଉ ନଥିବା। ସିମେଣ୍ଟ କମ୍ ଓ ବାଲିର ପରିମାଣ ଅଧିକ ହେଉଥିବା ଯୋଗୁଁ ଉକ୍ତ ଗାର୍ଡୱାଲ ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠୁଛି। ଗାର୍ଡୱାଲ ନିର୍ମାଣ ସମୟରେ ଗୁଣବତ୍ତା ପ୍ରତି ଗୁରୁତ୍ବ ଦିଆଯାଉ ନଥିବା ଗ୍ରାମ ବାସୀଙ୍କ ଠାରୁ ସୂଚନା ମିଳିଛି। ଯନ୍ତ୍ରୀଙ୍କ ଜଣାତରେ ଏହିଭଳି କାର୍ଯ୍ଯ ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। କାର୍ଯ୍ଯ ସମ୍ପର୍କରେ ବୁଝିବା ପାଇଁ ରାସ୍ତା ଓ କୋଠାବାଡି ବିଭାଗ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ ହୋଇ ପାରିନାହିଁ। ନିମ୍ନମାନର କାର୍ଯ୍ଯର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।

Comments (0)
Add Comment