ରାସ୍ତା କଡ଼ରୁ ଯୁବକର ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ ।

ଭଞ୍ଜନଗର,୦୨/୦୨(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡା ପଲି ଗ୍ରାମର ସ୍ବର୍ଗତ ପଞ୍ଚୁ ଗୌଡ଼ଙ୍କ ସାନ ପୁଅ ଶିବରମ ଗୌଡ଼ ବୁଧବାର ଭୋର ସମୟରେ କଇଣ୍ଡି ଛକ ନିକଟରେ ପଡିଥିବା ଦେଖି କିଛି ଲୋକ ତାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲକୁ ପଠେଇଥିଲେ।ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଗତ ରାତିରୁ ଶିବରାମ ନିଖୋଜ ଥିବା ତାର ମାଆ ଲାବନ୍ୟ ଗୌଡ଼ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି।ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ି ନଥିବା ବେଳେ ପୋଲିସ ଏ ସଂକ୍ରାନ୍ତରେ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment