ରାସ୍ତା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ।

ବୁଗୁଡା,୨୦/୧୦(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମ ପଞ୍ଚାୟତରେ କେନ୍ଦ୍ରିୟ ଅର୍ଥ କମିସନ ଏବଂ ରାଜ୍ୟ ଅର୍ଥକମିସନର ଅର୍ଥ ରେ ଆନୁମାନିକ ଚାଳିଶି ରୁ ପଚାଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାମଗଡର ପୂର୍ତ୍ତ ବିଭାଗ ରୋଡ ଠାରୁ ବ୍ୟାଘ୍ର ଦେବୀ ମନ୍ଦିର ,ପୂର୍ତ୍ତ ବିଭାଗ ରୋଡଠାରୁ ବଡବନ୍ଧ ରୋଡ ,ବିଷ୍ଣୁଚକ୍ର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ରାସ୍ତା ନିର୍ମାଣ ,ହରିଜନ ସାହିଠାରୁ ଗିରିଶୋଲା କେନାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏବଂ ପୋଚାଲୁଣ୍ଡିର ଗିରିଶୋଲା କେନାଲ ହିଡ ଉପରେ ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର କରି ଅତି ନିମ୍ନସ୍ତରରେ , ସରକାରୀ ପଦାଧିକାରୀଙ୍କ ବିନା ଉପସ୍ଥିତରେ ଏବଂ ବିନା ସୂଚନା ଫଳକରେ ସ୍ପଷ୍ଟ ଦିବାଲୋକରେ ସରକାରୀ ଅର୍ଥକୁ ଲୁଟ କରାଯାଉଛି। କନିଷ୍ଠ ଯନ୍ତ୍ରୀଙ୍କର ଜମାରୁ ଦେଖା ନାହିଁ । ସହକାରୀ ଯନ୍ତ୍ରୀଙ୍କ ସହମତି ଥିବା ଭଳି ଅନୁମାନ କରାଯାଉଛି । ଏନେଇ ଏକ ଅଭିଯୋଗ ଜିଲ୍ଲାପାଳ ଗଂଜାମଙ୍କ ଅବଗତ ନିମନ୍ତେ ପ୍ରେରଣ କରାଯାଇଛି । ଏହାର ବିଧିବଧ ତଦନ୍ତ କରି ସରକାରୀ ଅର୍ଥ ଲୁଟ ଉଦ୍ୟମକୁ ରୋକିବା ସଙ୍ଗେ ସଙ୍ଗେ ଲୋକମାନେ ଯେପରି ଏକ ଭଲ ରାସ୍ତାରେ ଯିବାଆସିବା କରି ଉପକୃତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Comments (0)
Add Comment