ରାସ୍ତା କଡରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ।

ବୋଲଗଡ,୦୮/୧୦(ପିପିଟି); ବୋଲଗଡ ଥାନା ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ଖଙ୍ଗୁରିଆ ଓ ଇଛାପୁର ରାସ୍ତା କଡରେ ଜଣେ ମହିଳାଙ୍କ ମୃତ ଦେହ ପଡିଥିବା ଦେଖି ଗ୍ରାମବାସୀ ପୋଲିସଙ୍କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମହିଳାଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳା ଜଣକ ଇଛାପୁର ଗ୍ରାମର ଜବର ଖାଁଙ୍କ ସ୍ତ୍ରୀ ରୋଜିତା ବିବି ବୋଲି ଜଣାପଡିଛି । ଅନ୍ୟ ପଟେ ରୋଜିତାଙ୍କ ପରିବାର ପକ୍ଷରୁ ଥାନାରେରେ ଅଭିଯୋଗ ହେଉଛି ତାଙ୍କ ଝିଅଙ୍କୁ ଜବର ପରିବାର ପକ୍ଷରୁ ହତ୍ୟା କରିବା ପରେ ତାଙ୍କ ମୃତଦେହ ଏଠାରେ ପକାଇ ଦେଇଛନ୍ତି । (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Comments (0)
Add Comment