ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି।ସ୍ଥାନୀୟ ପ୍ରସାସନ ସାଜିଛି ନୀରବଦ୍ରଷ୍ଟା।

ବୋଲଗଡ଼,୧୧/୦୯(ପିପିଟି) :ସବୁ କିଛି ଯାଣିବି ନୀରବଦ୍ରଷ୍ଟା ସାଜିଛି ସ୍ତାନିୟ ପ୍ରସାସନ। ରାସ୍ତା ଉପରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି। ବାରମ୍ବାର ଅଭିଯୋଗ ପରେ ବି ମୁକ ସାଜିଛି ସ୍ଥାନୀୟ ପ୍ରଶାସନ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବିଲାଖଉରୁଣୀ ଗ୍ରାମର ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି ।ଉକ୍ତ ରାସ୍ତା ଉପରେ ଡିହଖଉରୁଣି, କୋଡପଡା,ହରିକେଶର,ଖଲିକୋଟ,ପାଟଣା,ହରିପୁର,ଅରଖପଲ୍ଲି,ଅସନପଲ୍ଲି ଯାତାୟତ ପାଇଁ ବଜାରକୁ ଓ ଅତିଆବଶକିୟ ସେବା ପାଇଁ ଏକ ମାତ୍ର ରାସ୍ତା ଅଟେ। ଅସରାଏ ବର୍ଷା ରେ ଜମି ଯାଉଛି ପାଣି। ସେହିଅଞ୍ଚଳର ଅତ୍ୟା ଆବଶ୍ୟକିୟ ରାସ୍ତା ହୋଇଥିବାରୁ ବ୍ୟବସାୟୀ ଓ ସ୍କୁଲ ପିଲାମାନେ ବିଦ୍ୟାଳୟକୁ ଯାତାୟତ କରିବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଜମୁଥିବା ପାଣି କିପରି ନିଷ୍କାସନ ହେବ ତାହା ସାଧାରଣରେ ଦାବି ହୋଇଛି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment