ରାସ୍ତା ଉପରେ ଆଣ୍ଠୁଏ ପାଣି, ଵିପର୍ଯ୍ଯସ୍ତ ଡ୍ରନେଜ ବ୍ୟବସ୍ତା ।

ରାସ୍ତା ଉପରେ ଆଣ୍ଠୁଏ ପାଣି, ଵିପର୍ଯ୍ଯସ୍ତ ଡ୍ରନେଜ ବ୍ୟବସ୍ତା ।

ବୋଲଗଡ,୦୨/୦୯(ପିପିଟି); ଜଳମଗ୍ନ ଦୃଶ୍ୟଟି କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ନୟାଗଡ ଜ଼ିଲ୍ଲା ରଣପୁର ଏନ୍ଏସି ର ଛାତି ଉପରେ ଥିବା ୬ନମ୍ବର ୱାର୍ଡ ସୁଆସିଆ ସାହିର । ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ହୁଅନ୍ତି ସାହିବାସିନ୍ଦା । ତେବେ ଗତ ଲଘୁଚାପ ଜନିତ ବର୍ଷା ଲାଗିରହିବା ଫଳରେ ରାସ୍ତାରେ ସୃଷ୍ଟି ହୋଇଛି କୃତିମ ବନ୍ୟା । ଦୀର୍ଘ ଦିନ ହେବ ଏହି ସାହି ବାସିନ୍ଦା ଜଳବନ୍ଦୀ କଷ୍ଟ ଭୋଗୁଥିଲେ ମଧ୍ୟ ଜନପ୍ରତିନିଧିଙ୍କ ଉଦାସୀନତା ଏବଂ ପ୍ରଶାସନିକ ଅବହେଳା ଯୋଗୁ ଏପଯ୍ୟନ୍ତ ଜଳନିଷ୍କାସନ ପାଇଁ କୌଣସି ବ୍ୟବସ୍ତା ହୋଇନାହିଁ । ଡ୍ରନେଜ ବ୍ୟବସ୍ତା ନଥିବାରୁ ବର୍ଷା ହେଲେ ନର୍ଦମାମିଶା ଅଳିଆ ଆବର୍ଜନା ପାଣି ରାସ୍ତା ସହ ଘର ସମ୍ମୁଖରେ ଦୀର୍ଘଦିନ ଧରି ପଡିରହିଥାଏ । ଫଳରେ ପୋଚା ଦୁର୍ଗନ୍ଧ ଜନିତ ଅସ୍ୱାସ୍ତିୟ ପରିବେଶ ସୃଷ୍ଟି ହେବା ସହ ମଶା ଓ ମାଛି ଙ୍କର ଉପଦ୍ରଵ ମଧ୍ୟ ବୃଦ୍ଧି ପାଉଛି । ଡ୍ରନେଜ ବ୍ୟବସ୍ତା ନଥିବାରୁ ବର୍ଷା ହେଲେ ରାସ୍ତାରେ ପାଣି ଜମୁଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ସାହି ବାସିନ୍ଦା ବାରମ୍ବାର ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏ ସମ୍ପର୍କ ରେ ରଣପୁରଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାହି ବାସିନ୍ଦା ଅନୁରୋଧ କରିଛନ୍ତି । ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Comments (0)
Add Comment