ରାସ୍ତାକଡରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର।

ବେଲଗୁଣ୍ଠା,୦୫/୦୧(ପିପିଟି);ଆଜି ବେଲଗୁଣ୍ଠା ପୋଲିସ ରାସ୍ତାକଡ଼ରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରି ଅପମୃତ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକୋଙ୍କୁ ହସ୍ତାନ୍ତର କରିଛି। ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଲା କିଆରୀ ଗ୍ରାମ ଜଗା ନାଇକ ୬୨,ପିତା ସ୍ବର୍ଗତ ଶିବ ନାଇକ । ଜାଗା ର ପୂର୍ବରୁ ମୁଣ୍ଡ ଦୋଷୋ ଥିବା ବେଳେ ୪/୫ ଦିନ ହେଲା ଘରୁ କୁଆଡେ ପଳାଇ ଯାଇଥିଲା। ଘର ଲୋକ ବହୁ ଖୋଜାଖୋଜି କରି ଥକି ଯାଇଥିବାବେଳେ ଆଜି ସକାଳେ ବରଗାଁ ରୋଡ ଗୁଣ୍ଡୁରି ବାଡି କେନାଲ ନିକଟରେ ଜଗା ମରି ପଡ଼ିଥିବା ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ସଦଳ ବଳେ ଘଟଣା ସ୍ଥଳେ ପହଞ୍ଚି ଶବକୁ ଉଦ୍ଧାର କରି ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଅଛି ବୋଲି ଥାନା ଏସ. ଆଇ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେବାସହ ଏକ କେଶ୍ ନ ୦୨/୨୧ ରେ ଏକଅପମୃତ୍ୟୁ ମାମଲା ରୁଜୁ କରାଯାଇଅଛି ବୋଲି ସୂଚନା ଦେଇଛନ୍ତି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment