ରାସୋଳ ଗ୍ରାମରେ ବନ ମହୋତ୍ସବ ପାଳିତ,ସବୁଜ ବଳୟ ପାଇଁ ସଂକଳ୍ପ।

ବୋଲଗଡ,୦୨/୦୯(ପିପିଟି): ବୋଲଗଡ ବ୍ଲକ ସ୍ଥିତ ସାନପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାସୋଳ ଗ୍ରାମରେ ପ୍ରକୃତି ବନ୍ଧୁ ସତ୍ୟନାରାୟଣ ବାରିକଙ୍କ ତତ୍ୱାବଧାନରେ ଆଜି ବନ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରାସୋଳ ଗ୍ରାମ ମା କୁଣ୍ଡାଖାଇ ସେବା ସଂଘ,ସରକାରୀ ପ୍ରାଥମିକ ବିଦ୍ୟାଳୟ ରାସୋଳ, ଯୁବ ଭାରତ ସେବା ଟ୍ରଷ୍ଟ ରାସୋଳ, ରାସୋଳ ଗ୍ରାମ୍ୟ କମିଟି ଓ ପ୍ରମେୟ ପରିବାର ମିଳିତ ଉଦ୍ୟମରେ ଆଜି ବହୁ ଆଡମ୍ବର ସହକାରେ ବନ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୋଲଗଡ ତହସିଲଦାର ବିଜୟ କୁମାର ସେଠି, ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ମନୋଜ କୁମାର ପ୍ରଧାନ, ସଂମ୍ମାନିତ ଅତିଥି ଭାବେ ସାନପଦର ଗ୍ରାମପଞ୍ଚାୟତ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଡାଇରେକ୍ଟର ପ୍ରକାଶ କୁମାର ରାଉତରାୟ, ପ୍ରମେୟ ଜିଲ୍ଲା ପ୍ରତିନିଧି ନିରଞ୍ଜନ ଦୋରା, ଶିକ୍ଷକ ଉମେଶ ଚନ୍ଦ୍ର ମହାପାତ୍ର, ବିଶ୍ୱନାଥ ବେହେରା, ପୂର୍ଣ୍ଣ ଚନ୍ଦ୍ର ଜେନା, ଗ୍ରାମ୍ୟ ସଭାପତି ପ୍ରଦୀପ ପାଲଟାସିଂହ, ସମ୍ପାଦକ ଗଙ୍ଗାଧର ଦଳେଇ, ବୁଦ୍ଧିନାଥ ବେହେରା, ଶିକ୍ଷକ ଦିଲ୍ଲୀପ ଘଡ଼ାଇ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ ଅତିଥି ମନେ ଗ୍ରାମର ସ୍କୁଲ ଗ୍ରାମର ସ୍କୁଲ ଠାରୁ ଗ୍ରାମର ପୁରୁଷ, ମହିଳା ଓ ବିଦ୍ୟାଳୟର ଛାତ୍ର ଛାତ୍ର ମାନଙ୍କ ସହିତ ଗ୍ରାମ ପରିକ୍ରମା କରି ଲୋକ ମାନଙ୍କୁ ବୃକ୍ଷର ରୋପଣ ସଚେତନତା କରି ‘ବୃକ୍ଷ ହିଁ ଜୀବନ’ ଗଛ ଲଗାଅ ଜୀବନ ବଞ୍ଚାଅ ‘ ସ୍ଲୋଗାନ ଦେଇ ସାହି ବୁଲି ଗ୍ରାମର ବାଉତି ପଡିଆ ଠାରେ ପହଂଚି ସେଠାରେ ସମସ୍ତ ଅତିଥି ମାନେ ୧୦୦ ରୁ ଅଧିକ ବୃକ୍ଷ ରୋପଣ କରିଥିଲେ । ୭୦୦ ଚାରା ବୋଲଗଡ ଫରେଷ୍ଟରୁ ଆସିଛି ତାହା ରୋପଣ କରାଯିବ ବୋଲି ଯୁବ ଭାରତ ସେବା ଟ୍ରଷ୍ଟର ଅଧକ୍ଷ ସତ୍ୟନାରାୟଣ ବାରିକ କହିଛନ୍ତି । ପାଣି ପାଗ ର ପରିବର୍ତ୍ତନ ର ମୁଖ୍ୟ ଭୂମିକା ବୃକ୍ଷ ହିଁ ଅବଲମ୍ବନ କରିଥାଏ ବୋଲି ମୁଖ୍ୟ ଅତିଥି ତହସିଲଦାର ବିଜୟ କୁମାର ସେଠି ଗ୍ରାମର ସମସ୍ତ ଲୋକମାନଙ୍କୁ ଅବଗତ କରାଇଥିଲେ । ସମସ୍ତ ଅତିଥି ବୃକ୍ଷର ମାହାତ୍ମ୍ୟ ଉପରେ ଆଲୋକପାତ କରି ବୃକ୍ଷର ଉପକାରିତା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏହି ବାଉତି ପଡିଆଠାରେ ଏକ ହଜାର ବୃକ୍ଷ ରୋପଣ କରାଯିବ ବୋଲି ସାନପଦର ସରପଞ୍ଚ ଶ୍ରୀ ସ୍ୱାଇଁ କହିଥିଲେ । ମୁଖ୍ୟ ବକ୍ତା ଶ୍ରୀ ପ୍ରଧାନ ବୃକ୍ଷ ହିଁ ଶିବ ବୋଲି କହି ସେହି ସମ୍ପର୍କରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଙ୍ଗନବାଡି କର୍ମୀ, ଗ୍ରାମର ବାୟକ ଓ ଗାୟକ, ସମାଜ ସେବୀ ଓ ପରିବେଶ ବିତଙ୍କୁ ଉତ୍ତରୀୟ ଓ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟରେ ବୃକ୍ଷ ଉପରେ କୁଇଜ ପ୍ରତିଯୋଗିତା କରାଯାଇ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶିକ୍ଷକ ସାନନ୍ଦ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସଭା କୁ ପରିଚାଳନା କରିଥିଲେ l ପ୍ରକୃତି ବନ୍ଧୁ ତଥା ଯୁବ ଭାରତ ସେବା ଟ୍ରଷ୍ଟ ସଭାପତି ସତ୍ୟନାରାୟଣ ବାରିକ ଗ୍ରାମର ସମସ୍ତଙ୍କୁ ନିଜ ବାଡ଼ି ପଟେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment