ରାସନକାର୍ଡରୁ ଚାଉଳ ହଡପ !

ପଦ୍ମପୁର,ତା-୧୦/୧୦(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଅନେକ ଦୁର୍ନିତୀର ଚେର ଲମ୍ବିବାରେ ଲାଗିଛି । ଏଇ ବ୍ଲକ ଅଧିନରେ ଯାଉଛି କଟାବାହାଲ ଗ୍ରାମପଂଚାୟତ । ଯୁବାଖୋଲ ଏକ ପଲ୍ଲୀଗ୍ରାମ ହିସାବ ରେ ବେଶ ଜଣାଶୁଣାା ଉକ୍ତ ଗ୍ରାମରେ ସୁଦାମ ଜ୍ୟୋତିଷ ରହନ୍ତି । ସମୁଦାୟ ୬ ପ୍ରାଣୀ କୁଟୁମ୍ବ କୁ ନେଇ ତାଙ୍କର ସଂସାର, ହେଲେ ରାସନ କାର୍ଡରୁ ବଞ୍ଚିତ ହୋଇ ବହୁ କଷ୍ଟ ୦୨.୧୦.୨୦୧୮ ରେ ଖାଉଟି ବିଭାଗ ପକ୍ଷରୁ ରାସନକାର୍ଡ ଟିଏ ହାସଲ କରିପାରିଛନ୍ତି । କିନ୍ତୁ ରାସନକାର୍ଡ ହାସଲ କରିବା ଦିନଠାରୁ ସରକାରୀ ଖାଉଟି ସାମଗ୍ରୀ ଚାଉଳ ଗହମ, କିରୋସିନୀ ପ୍ରଭୁତି ଗଲାକୁଆଡେ ? ସପ୍ଲାଇ ଇନସେପ୍ଟେଟରଙ୍କୁ ପଚାରିଲେ ସବୁବେଳେ ଆସନ୍ତା ମାସରୁ ଚାଉଳ ମିଳିବ ବୋଲି କହନ୍ତି ,ହେଲେ ଆସନ୍ତା ମାସ ବୋଲି ମାସ ଆସିବ କେବେ ? ରାସନ କାର୍ଡ ପ୍ରଦାନ ମାସ ଓ ବର୍ଷ ଠାରୁ ଉକ୍ତ ଚାଉଳ ଗଲାକୁଆଡେ ତାହା ତଦନ୍ତ ସାପେକ୍ଷ । ଏମିତି ଅନେକ ଗୁଡିଏ ଦୁର୍ନିତୀର ଚେର ଲମ୍ବିବାରେ ଲାଗିଛି । ଭିଜିଲେନ୍ସ ବିଭାଗ ଦୁର୍ନିତୀର ଚେର କୁ ଯାଇ ଦୁର୍ନିତୀ ରେ ସଂପୁକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରବଳ ଦାବୀ ହେଉଛି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Comments (0)
Add Comment