ରାଷ୍ଠ୍ରୀୟ ପେନସନ୍ ଯୋଜନାର ରାଜ୍ୟବ୍ୟାପୀ ସେବା ସପ୍ତାହ ।

ଭୁବନେଶ୍ୱର,୦୯/୦୨(ପିପିଟି):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନସ୍ଥ କୋଷାଗାର ନିର୍ଦ୍ଦେଶାଳୟର ସ୍ଵତନ୍ତ୍ର କୋଷାଗାର ନଂ-୧ ଆନୁକୁଲ୍ୟରେ ରାଷ୍ଠ୍ରୀୟ ପେନସନ୍ ଯୋଜନା (ଏନପିଏସ୍)ର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ପେନ୍‌ସନ୍ ଯୋଜନା (ଏନପିଏସ୍) ରେ ଅନୁର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ସଂଲଗ୍ନ ଉଠାଣ ଓ ବିତରଣ ଅଧିକାରୀ (ଡିଡିଓ)ଙ୍କ ନିମନ୍ତେ ଏହି ସେବା ସପ୍ତାହ ପାଳନ ଅବସରରେ ରାଜ୍ୟରେ ଥିବା ସମସ୍ତ କୋଷାଗାରମାନଙ୍କରେ ହେଲ୍ପଡେସ୍କ୍ ଖୋଲାଯାଇଛି । ସୂଚନାନୁଯାୟୀ, ଆସନ୍ତା ତା୦୯.୦୨.୨୦୨୬ରିଖ ଠାରୁ ତା୧୩. ୦୨.୨୦୨୬ରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପେନ୍‌ସନ୍ ଯୋଜନା(NPS)ର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ କରାଯିବ । ଏଥିରେ ରାଷ୍ଠ୍ରୀୟ ପେନସନ୍ ଯୋଜନା ସମ୍ବନ୍ଧୀୟ ସମସ୍ତ ସନ୍ଦେହ ଦୂର କରାଯିବା ସହ ଏହା ସହ ସମ୍ପର୍କିତ ବିଭିନ୍ନ ସମସ୍ୟାର ତ୍ଵରିତ ସମାଧାନ ମଧ୍ଯ କରାଯିବ । ଏହି ସେବା ସପ୍ତାହ ପାଳନ ଅବସରରେ ରାଷ୍ଠ୍ରୀୟ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ଡିଡିଓମାନଙ୍କୁ ହେଲ୍ପ୍ ଡେସ୍କ ମାଧ୍ୟମରେ ଏହି ସେବାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି ।

 

 

Comments (0)
Add Comment