ମାଲକାନଗିରି,ତା:୦୪/୦୬(ପିପିଟି); ଆଜି ରାଷ୍ଟ୍ରୀୟ ମଧ୍ଯବିତ୍ତ ପରିବାର ମହାସଂଘ ତରଫରୁ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ରରେ ନିମ୍ନ ମଧ୍ଯବିତ୍ତ ଏବଂ ମଧ୍ଯବିତ୍ତ ପରିବାର ବର୍ଗ କରୋନା ମହାମାରୀ ସଂକଟ ସମୟରେ ବିଭିନ୍ନ ଆର୍ଥିକ ଅନାଟନ ଦେଇ ଗତି କରୁଥିବା ବେଳେ ସରକାର ସେମାନଙ୍କ ପ୍ରତି ନିମ୍ନ ଦାବି ଗୁଡିକ ପ୍ରତି ଧ୍ଯାନ ଦେଇ ସମସ୍ଯାର ସମାଧାନ ଲାଗି ଦୃଷ୍ଟିଆଁକର୍ଷଣ କରାଯାଇଛ । ସରକାର ଦେଶରେ ଦେଖା ଦେଇଥିବା ମହାମାରୀ କରୋନା ତଥା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟ ସମୟରେ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ନିମ୍ନ ମଧ୍ଯବିତ୍ତ ଓ ମଧ୍ଯବିତ୍ତନର୍ହର ଲୋକଙ୍କୁ ଚ୍ହ୍ନଟ କରିଏକ ତାଲିକା ପ୍ରସ୍ତୁତ କରନ୍ତୁ । ନିମ୍ନ ମଧ୍ଯବିତ୍ତ ଓ ମଧ୍ଯବିତ୍ତ ବର୍ଗଙ୍କ ସାମାଜିକ ଓ ଆର୍ଥିକ ସ୍ଥିତରେ ଉନ୍ନତି ଆଣିବା ପାଇଁ ସରକାର ସଂସଦରେ ଏକ ଆଇନ ପାରିତ କରନ୍ତୁତର୍ଜମା କରିବାପାଇଁ ଏକ ଉଚ୍ଚସ୍ତରୀୟ ମଧ୍ଯବିତ୍ତ କମିଶନ ଗଠନ କରବା ହସ ଆର୍ଥିକ ସ୍ଥିତି ଅନୁସାରେ ବର୍ଗୀକରଣ କରାଯାଉ । ନିମ୍ନ ମଧ୍ଯବିତ୍ତ ଓ ମଧ୍ଯବିତ୍ତ ବର୍ଗଙ୍କ ଅର୍ଥନୈତିକ ସୁରକ୍ଷା ଓ ସାମାଜିକ ସମାନତା ପାଇଁ ଭାରତ ସରକାର ଏକ ସ୍ବତନ୍ତ୍ର ସାମାଜିର ପାଣ୍ଠି ଗଠନ କରିବା ସହମହାମାରୀ କରୋନାରେ ପ୍ଭାବିତନିମ୍ନ ମଧ୍ଯବିତ୍ତ ଓ ମଧ୍ଯବିତ୍ତ ବର୍ଗର ପରିବାରର ଯାହାର କିଛି ସରକାରୀ କାଗଜ ପତ୍ର ନାହିଁ ଯଥା:ରାସନ କାର୍ଡ,ବିପିଏଲ କାର୍ଡ,ଶ୍ରମିକ କାର୍ଡ
ଇତ୍ଯାଦି,ସେମାନେ ସରକାରୀ ସହାୟତାରୁ ବଞ୍ଚିକ ହେଉଛନ୍ତି । ଏହି ମଧ୍ଯବିତ୍ତ ଶ୍ରେଣୀର ଲୋକମାନଙ୍କୁ ପକ୍ଷପାତ ନକରିସେମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥକ ପ୍ଯାକେଜ୍ ଘୋଷଣା କରନ୍ତୁ ।ଫଳରେ ଏହି ବର୍ଗର ଲୋକମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟି ପାରିବ ।ଜାତୀୟ ଖାଦ୍ଯ ସୁରକ୍ଷା ଆଇନ ୨୦୧୩ ଅନୁସାରେ ଭାରତର ୧.୨ ବିଲିୟନ ଲୋକମାନଙ୍କୁ ପ୍ରାୟ ଦୁଇ ତୃତୂୟାଂଶ ଲୋକଙ୍କୁ ସବସିଡ ଦେଇ ଖାଦ୍ଯ ଶସ୍ଯ ଯୋଗାଇ ଦେବାକୁ ଲକ୍ଷ୍ଯ ରଖିଛି, ଏସଏଫଏସଏସ ଯୋଜନା ଅନୁଯାୟୀ ଦେଶର ପ୍ରତ୍ଯେକ ନିମ୍ନ ମଧ୍ଯବିତ୍ତ ଓ ମଧ୍ଯବିତ୍ତ ପରିବାରଙ୍କୁ ଜାତୀୟ ଖାଦ୍ଯ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ରାସନ କାର୍ଡର ଅଧିକାର ପାଇ ପାରିବ । ପ୍ରତ୍ଯେକ ମଧ୍ଯବିତ୍ତ ଓ ନିମ୍ନ ମଧ୍ଯବିତ୍ତ ପରିବାରଙ୍କୁ ଲକ୍ ଡାଉନ୍ ସମୟରେ ମାସିକ ୨୦୦ ୟୁନିଟ୍ ବିଜୁଳି ମାଗଣାରେ ସୋଗାଇ ଦିଆଯାଉ । ଏହା ବ୍ଯତୀତ ୨୦୧ ରୁ ୪୦୧ ୟୁନିଟ୍ ବିଜୁଳି ବ୍ଯବହାରୀଙ୍କ ପାଇଁ ସରକାର ୫୦ ପ୍ରତିଶତ ରିହାତି ପ୍ରଦାନ କରନ୍ତୁ । ସମସ୍ତ ବେସରକାରୀ ବିଦ୍ସାଳୟରେ ଅଧ୍ଯୟନ ରତ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଫି ଚଳିତ ଶିକଷା ବର୍ଷ ପାଇଁ ଛାଡ କରିବା ସହ ସରକାର ପ୍ରତ୍ଯେକ ଛାତ୍ରଛାତ୍ରୀମାନଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଶିକ୍ଷା ସହାୟତା ରାଶି ଯୋଗାଇ ଦିଅନ୍ତୁ । କରୋନା ସମୟରେ ଆର୍ଥିକ ଚାପରେ ଥିବା ମଧ୍ଯବିତ୍ତ ପରିବାରଙ୍କ ଠାରୁ ବ୍ଯାଙ୍କ କର୍ମଚାରୀମାନେ ଜୁଲମ କରି ଋଣ ଆଦାୟରୁ ନିବୃତ ରହିବା ସହ ଇଏମଆଇ ଉପରେ ସୁଧ ଛାଡ ପାଇଁ ସରକାର ବିହିତ ପଦକ୍ଷେପ ନେବା ଆବଶ୍ଯକ । ଏହି ଦାବି ପତ୍ର ରାଷ୍ଟ୍ରୀୟ ସଂଗଠନ ସଂପାଦକ କେ ବାଲାରାଜୁ ଆଚାରୀ,ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ କେଶବ ଚନ୍ଦ୍ର ନାୟକ,ଘନୁ ମୁଦୁଲି ଓ ନରହରି ବେହେରା ପ୍ରମୁଖ ପ୍ରଦାନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)