ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ।

ମାଲକାନଗିରି,୧୬/୦୫(ପିପିଟି): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧି କରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକ ରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ କୁମାରୀ ରେଖା ପ୍ରସାଦଙ୍କ ତତ୍ତ୍ଵାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ଅଦାଲତରେ ମାଲକାନଗିରି ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ କୁମାରୀ ରେଖା ପ୍ରସାଦ , ବରିଷ୍ଠ ଦେୱାନି ବିଚାରପତି କମଳାକାନ୍ତ ରାଉତ , ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ରାକେଶ କୁମାର ମୁଦୁଲି, ରେଜିଷ୍ଟାର ଅରୂପ ନାୟକ ଓ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଡ଼ଃ ନିଶାକର ସାହୁ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫଇସଲା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗୋଟିଏ ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ୩ ଲକ୍ଷ ୫୦ ହଜାର ଟଙ୍କା କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା, ଅପରାଧିକ ମାମଲା ୩୦ଟି କରଯାଇଥିଲା ।ସାତଟି ବୈବାହିକ ମାମଲାର ଫଇସଲା କରାଯାଇ ଜରିମାନା ଅଦାୟ କରାଯାଇଥିଲା । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ବ ବିଭାଗ ମିଳିତ ଭାବେ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ , ଉପଜିଲ୍ଲାପାଳ ଓ ତହସିଲଦାର ୬୬୫୪ଗୋଟି ରାଜସ୍ୱ ମାମଲା ବିଚାର କରି ଜରିମାନା ବାବଦରେ ମୋଟ ୭୪୨୭୫ / – ଟଙ୍କା ଏବଂ ବନ ଖଣ୍ଡ ଅଧିକାରୀଙ୍କ ଦ୍ବାରା ୧ ୫ ଗୋଟି ମାମଲ ବିଚାର କରି ମୋଟ ୧୧୦୦୦/ – ଟଙ୍କା ଜରିମାନା ଆଦାୟ କରିଥିଲେ । ଶେଷରେ ଉକ୍ତ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଓକିଲ , ସମସ୍ତ କୋର୍ଟର କର୍ମଚାରୀବୃନ୍ଦ ଓ ଜିଲ୍ଲା ଆଇନ ସେବ ପ୍ରାଧିକରଣ , ମାଲକାନଗିରିର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ଭାବେ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment