ମାଲକାନଗିରି,୧୦/୦୭(ପିପିଟି):ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ପକ୍ଷରୁ ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ରୋଜଗାର ସମ୍ବାଦ କାର୍ଯ୍ୟକ୍ରମ ମାଲ୍ୟବନ୍ତ ହଷ୍ଟେଲ ନିକଟସ୍ଥ ଆଓମା ଶ୍ରେଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଞ୍ଜନ କୁମାର ମିଶ୍ର , ରାଜ୍ୟ ସଂଯୋଜକ (ଦେଶ କି ବାତ ଫାଉଣ୍ଡେସନ )ଉପସ୍ଥିତ ରହି ବେରୋଜଗାର ବିରୁଦ୍ଧରେ ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ କରିବାପାଇଁ ୧୬ରୁ ୨୨ ଅଗଷ୍ଟ ଦିଲ୍ଲୀ ଯନ୍ତର ମନ୍ତର ଠାରେ ହେବାକୁ ଥିବା ସତ୍ୟାଗ୍ରହ ରେ ସାମିଲ ହେବାପାଇଁ ଆହ୍ୱାନ ଦେଇ ରାଷ୍ଟ୍ରୀୟ ରୋଜଗାର ନୀତି ଉପରେ ବିସ୍ଥାର ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୟ ମାଲକାନଗିରି ଅନୁଷ୍ଠାନର ରବି ରାଜେଶ ଓ ସାଥି, ମା’ ଘରର ସଭାନେତ୍ରୀ ପ୍ରଶାନ୍ତିଲତା ବିଶୋଇ, ମାଲକାନଗିରି ଶିଳ୍ପୀ ସଙ୍ଘର ସଭାପତି ତପନ ମଣ୍ଡଳ ଓ ସଭ୍ୟ, ଦେଶ କି ବାତ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ଦେଶି ରାଜୁ ଅଚାରୀ ,ମାଲକାନଗିରି ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ସାମଲ ଓ ସଦସ୍ୟ ଉପସ୍ଥିତ ହୋଇ ନିଜ ନିଜ ମତ ଦେଇଥିଲେ । କିଛି ସାଥି ମଧ୍ୟ ୧୬ ଅଗଷ୍ଟ ରେ ଦିଲ୍ଲୀ ଯିବାକୁ ସଦିଛା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୀର ମହନ ଅଧିକାରୀ, ସୁବାସ କୀର୍ତ୍ତନିୟା, ସୁକୁମାର ମଣ୍ଡଳ ଓ ଜିଲ୍ଲାର ବିଭିନ୍ନ ଗଣ ସଂଗଠନ ମୁଖ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)