ବେଲଗୁଣ୍ଠା, ୧୪୵୦୯(ପିପିଟି):ବେଲଗୁଣ୍ଠା ବ୍ଳକ୍ ବାଣତୁମ୍ବ ଗ୍ରାମର ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ କରଙ୍କର ଗତକାଲି ୯୧ ବର୍ଷ ବୟସରେ ପରଲୋକ ଘଟିଛି । ସ୍ଵର୍ଗତ କର କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିବା ବେଳେ ଗତକାଲି ବ୍ରହ୍ମପୁର ଅଳକାନଗରୀ ସ୍ଥିତ ବାସଭବନରେ ଦେହ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଗୌରୀ ଶଙ୍କରକରଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସ୍ଵର୍ଗତ ପଦ୍ମନାଭ ଜଣେ ଆଦର୍ଶ ଶିକ୍ଷକ ଭାବରେ ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ସେ ଜଣେ ସ୍ନେହୀ, ପରୋପକାରୀ, ସରଳ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବରେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ତାଙ୍କର ମୃତ୍ୟୁ ଖବର ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ବହୁ ଛାତ୍ରଛାତ୍ରୀ, ସହକର୍ମୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତ କରଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ରିପୋର୍ଟ-ସୁଶାନ୍ତ କୁମାର ବେହେରା