ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ  ।

ବାଲିଗୁଡା,୨୬/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବିଭାଗ ସଂଘ ଚାଳକ ମୁଖ୍ୟ ଆଲୋଚକ ଭଗବାନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ମଧୁସୂଦନ ମହାପାତ୍ର ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶହେ ବର୍ଷ ବିଜୟ ଯାତ୍ରା କହିବା ସହ ସଂଘ ର ଲକ୍ଷ ଓ ଉଦେଶ୍ୟ ଉପରେ ଓ ଆଗାମୀ ଦିନର ଯୋଜନା ଉପରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଜିଲ୍ଲା ବ୍ୟବସ୍ଥା ପ୍ରମୁଖ କାଳିନ୍ଦୀ ଚରଣ ପଣ୍ଡା ଓ ଖଣ୍ଡ କାର୍ଯ୍ୟବାହ ଅନନ୍ତ କୁମାର ଦାସ ଙ୍କ ସମେତ ସଂଘ ର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment