ରାମମୟ ହୋଇ ଉଠିଛି ବୋଲଗଡ଼ ର ପ୍ରତେକ ଗ୍ରାମାଞ୍ଚଳ।

ବୋଲଗଡ଼,୧୭/୦୪(ପିପିଟି): ଗାଁ ଠାରୁ ସହର କେବଳ ରାମ ହିଁ ରାମ, ରାମ ମୟ ହୋଇଉଠିଛି ପରିବେଶ ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ବୋଲଗଡ଼ ର ପ୍ରତେକ ରାମ ମନ୍ଦିର ଓ ହନୁମାନ ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଗହଳି ଲାଗିରହିଥିବା ବେଳେ ଅନ୍ୟ ପଟେ ଗ୍ରାମରେ ମାନସିକ ଧାରି ମାନେ ରାମଲୀଳା ପାଇଁ ଶୁଭଖୁଣ୍ଟି ପଡିବା ଠାରୁ ରାମ ଭକ୍ତ ମାନଙ୍କ ଶୋଭା ଯାତ୍ରା ଆୟୋଜନ କରିବା ସହିତ ଏପଟେ ଆମ ପରମ୍ପରା ରେ ପଖଜ ଗିନି ର ଶଦ୍ଦ ସହ ରାମଲୀଳା ଗୀତର ଆସର ଯାହା କି ଭାବମୟ ପରିବେଶ ସୃଷ୍ଟି କରିଛି। ଯାହାକି ରାମ ନବମୀ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଏହି ରାମଲୀଳା ପଠନ କରା ଯାଇଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment