ଭଞ୍ଜନଗର, ୦୨/୦୧(ପିପିଟି):ଭଞ୍ଜନଗର ସହରରେ ଥିବା ଅବସ୍ଥିତ ଏଲ୍.ଆଇ ସି କଲୋନୀ ଠାରେ ଶ୍ରୀ ଶ୍ରୀ ଶ୍ରୀ ରାମଚରିତ ମାନସ ପାରାୟଣ, ପ୍ରବଚନ ଓ ଯଜ୍ଞର ପ୍ରସ୍ତୁତି ବୈଠକ ଶେଷ ହୋଇଯାଇଛି।ସର୍ବସମ୍ମତି କ୍ରମେ ଆସନ୍ତା ୨୫ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଫେବୃଆରୀ ୨ ତାରିଖ ଯାଏଁ ୯ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ୧୨ ତାରିଖ ଦିନ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହେବ। ଏହା ସହିତ ୨୭ତାରିଖ ମଙ୍ଗଳବାର ଦିନ ମାତା ସୀତା ପ୍ରଭୁ ରାମଚନ୍ଦ୍ରଙ୍କ ବିବାହ ଉତ୍ସବ ବହୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନେଇ ବର୍ଷ ତମାମ ସ୍ଥାନୀୟ ଅଞ୍ଚଳର ବହୁ ଈଶ୍ୱର ବିଶ୍ୱାସୀ ଓ ଶ୍ରଦ୍ଧାଳୁ ପ୍ରଭୁକୃପା ଲାଭ କରିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)