ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ସାମୁହିକ ବୃକ୍ଷରୋପଣ ଶୁଭାରମ୍ଭ।

ପୋଲସରା ,୧୯/୦୯(ପିପିଟି) :ସେବା ପକ୍ଷ ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟଙ୍କ ନାମରେ ନାମିତ “ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଢ଼ୁଙ୍କାପଡା ଶିବମନ୍ଦିର ପରିସରରେ ସାମୁହିକ ବୃକ୍ଷ ରୋପଣ କରାଯାଇଛି |ଟ୍ରଷ୍ଟର ଉପଦେଷ୍ଟା ତଥା ପୂର୍ଵତନ ଆସିକା ସାଂସଦ ଶ୍ରୀମତୀ କୁମୁଦିନୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |ଏହି ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀମତୀ ତଦାଶା ତପସ୍ୱିନୀ, ସମ୍ପାଦକ ଶ୍ରୀ ଉତ୍ତମ କୁମାର ଦାସଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ |ଟ୍ରଷ୍ଟି ଶ୍ରୀମତୀ ତଦଶା ତପସ୍ୱିନୀ ଆଗାମୀ ଦିନରେ ଟ୍ରଷ୍ଟ ତରଫରୁ ପୋଲସରା ଏବଂ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ଟ୍ରଷ୍ଟ ତରଫରୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଥିଲେ |

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment