ରାଧାଦେଇପୁର ପଞ୍ଚାୟତରେ ” ମୋ ଗେହ୍ଲା ଝିଅ ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସନାଖେମୁଣ୍ଡି,୧୪/୦୩(ପିପିଟି): ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମ ପଞ୍ଚାୟତରେ ” ମୋ ଗେହ୍ଲା ଝିଅ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ କନ୍ୟାକୁ ସମ୍ମାନ ଦେବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟତକୁ ଗୁରୁତ୍ଵ ଦେବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଗତ ଏକ ମାସ ଭିତରେ ଜନ୍ମ ହୋଇଥିବା ଶିଶୁ କନ୍ୟାର ବାପା ମାଁ ଙ୍କୁ ସମ୍ମାନିତ କରିବା ସହିତ ପିଲାଙ୍କୁ ଏକ କିଟ୍ ଉପହାର ଦିଆଯିବ । କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ସରପଞ୍ଚ କହିଛନ୍ତି । ପୁଅ ହେଉ କିମ୍ବା ଝିଅ ହେଉ ସମସ୍ତେ ସନ୍ତାନ । ଆଜିର କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ ଡି.ରାକେଶ ପାତ୍ର , ସମିତି ସଭ୍ୟ ନୀଳାଞ୍ଚଳ ପ୍ରଧାନ , ନାଏବ ସରପଞ୍ଚ , ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା,ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment