ରାତି ହେଲେ ମାତୁଛନ୍ତି କାଠ ମାଫିଆ ବିଭାଗୀୟ ଜାଣି ଅଜଣା କାହିଁକି ?

ଯାଜପୁର,୨୮/୧୦(ପିପିଟି): ସରକାର ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରୁଛନ୍ତି । ବୃକ୍ଷ ରୋପଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ବୃକ୍ଷ ରୋପଣ ପାଇଁ ବିଭିନ୍ନ ସମୟରେ ସଚେତନ ବି କରାଯାଉଛି । ହେଲେ ବୃକ୍ଷର ସୁରକ୍ଷା ପାଇଁ ବନ ବିଭାଗ ନିଜ ଦାୟିତ୍ବ କିନ୍ତୁ ତୁଲାଇବାରେ ସକ୍ଷମ ହେଉନାହିଁ । ବନ ବିଭାଗ ଓ କାଠ ମାଫିଆଙ୍କ ମଧୁ ଚନ୍ଦ୍ରିକା ଫଳରେ ବ୍ୟାପକ ବୃକ୍ଷ ଛେଦନ ହେଉଛି । ଆଉ କଟା କାଠକୁ ରାତିରେ ଟ୍ରାକ୍ଟର ଯୋଗେ ବିଭିନ୍ନ ସ-ମିଲକୁ ନିଆ ଯାଉଛି । ରାସ୍ତାରେ ଖୋଲା ମେଲାରେ ଏହା ଟ୍ରାକ୍ଟର ଯୋଗେ ପରିବହନ ହେଉଥିଲା ବେଳେ ବନ ବିଭାଗ ଏହା ବିରୁଦ୍ଧରେ ପଦକ୍ଷେପ ନେଉନାହିଁ । ଯାହା ଜନ ସାଧାରଣଙ୍କୁ ଚକିତ କରିଛି । ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି ଭଳି ଦେଖା ଯାଉଥିଲା ବେଳେ ବନ ବିଭାଗ ଆଖି ବୁଜିଦେବା ବିଭାଗୀୟ ନିୟମକୁ ଆଖି ଠାର ମାରିବା ଭଳି ହୋଇଛି। ଜିଲ୍ଲାପାଳ ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Comments (0)
Add Comment