ବାଲିଗୁଡା,୦୩/୦୭(ପିପିଟି): ଗଞ୍ଜାମ ଜ଼ିଲ୍ଲା ବରିଷ୍ଠ କଳାକାର ସଂଘ ର ତୃତୀୟ ବାର୍ଷିକ ଉତ୍ସଵରେ ଆୟୋଜିତ ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ ରେ କନ୍ଧମାଳ ଦଣ୍ଡନାଟ କୃତିତ୍ୱ ହାସଲ କରିପାରିଛି । ବାଲିଗୁଡା ବ୍ଲକ ବାରଖମାର ଯୁବ କଳାକାର ସଚିଦାନନ୍ଦ ପାତ୍ରଙ୍କ ନେତୃତ୍ୱ ରେ ମା’ ସୂର୍ଯ୍ୟକାଳୀ ଦଣ୍ଡନୃତ୍ୟ ସଂଘର କଳାକାର ମାନେ ଯୋଗଦେଇଥିଲେ । ଏଥିରେ ଅଞ୍ଚଳର ଜଣାଶୁଣା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ କୁମାର ସାହୁ ବୀଣାକାର ଭୂମିକାରେ ସଫଳ ଅଭିନୟ କରି ଦଳ ପାଇଁ କୃତିତ୍ୱ ଅର୍ଜନ କରି ମୁଖ୍ୟ ଅତିଥି ପୂର୍ବତନ ବ୍ରହ୍ମପୁର ବିଡିଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣାଙ୍କ ଠାରୁ ଉପଢୌକନ, ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ଏବଂ ସମଗ୍ର ଜ଼ିଲ୍ଲା ପାଇଁ ଗୌରବ ଆଣିଛନ୍ତି ସେହିପରି ନନ୍ଦିନୀକାଳୀ ଦଣ୍ଡନୃତ୍ୟ ଦଳ ରେବୀଙ୍ଗିଆ ପକ୍ଷରୁ ସମାଜସେବୀ ପୁରସ୍ତମ ବେହେରା ଙ୍କ ନେତୃତ୍ୱରେ ବୀଣାକାର ଭୂମିକା ରେ ଗୋବିନ୍ଦ ଚନ୍ଦ୍ର ବେହେରା ନିଖୁଣ ଅଭିନୟ କରି କୃତିତ୍ୱ ଅର୍ଜନ କରି ଜ଼ିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି । ବାରଖମା ଦଣ୍ଡନୃତ୍ୟ ଦଳର କାରୁଆଣି ଚରିତ୍ରରେ ଶ୍ୟାମ ସିଂ ପାତ୍ର, ବିକାଶ ସାହୁ ବାଦ୍ୟ ଯନ୍ତ୍ର ରେ ଗଜାଧର ନାୟକ, ଲେଡ଼େନାୟକ, ଦୁଃଶାସନ ନାୟକ ଚକ୍ରମଣି ନାୟକ ଏବଂ ରେବିଙ୍ଗିଆ ଦଳରେ ବାଦ୍ୟକାର ବୁରି ନାୟକ ସହଯୋଗ କରିଥିଲେ । ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀରେ ଜ଼ିଲ୍ଲା ତରଫରୁ ପ୍ରତିନିଧିତ୍ବ କରି ଗୌରବ ଆଣିଥିବା ଦୁଇଦଳକୁ ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ସାଧୁବାଦ ଜଣାଇଛନ୍ତି ।
(ରିପୋର୍ଟ :-ସୁଶାନ୍ତ କୁମାର ପାଣିଗ୍ରାହୀ ।)