ରାଜ୍ୟ ସରକାର ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ।

ଭୁବନେଶ୍ବର,୧୬/୦୩: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୬ ଜଣ ଅଧିକାରୀଙ୍କ ମଧ୍ୟରେ ୩ ଜଣ ଯନ୍ତ୍ରୀ, ଜଣେ ପୁଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରମୁଖ ରହିଛନ୍ତି । ଏହି ୬ ଜଣଙ୍କ ମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ସରୋଜ କୁମାର ଦାସ, ଦୟାନିଧି ସାମଲ, କରୁଣାକର ଘଡାଇଙ୍କ ଥିବାବେଳେ ଅନୁଗୁଳ ଜିଲ୍ଲା ପୁଲିସ ଇନ୍‌ସପେକ୍ଟର ରତ୍ନାକର ମଲ୍ଲିକ,ନୂଆପଡା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ,ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ୧୫୮ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

Comments (0)
Add Comment