ରାଜ୍ୟ ସରକାର ଆଉ ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ।

ଭୁବନେଶ୍ବର,୧୫/୦୨(ପିପିଟି): ରାଜ୍ୟ ସରକାର ଆଉ ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ଜଣାପଡିଛି। ଏହି ୫ ଜଣ ହେଲେ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ର ଡିଏସପି ରବିନ୍ଦ୍ର କୁମାର ସେଠୀ, ସୁନ୍ଦରଗଡ ଜିଲ୍ଲା ବଣେଇର ପୂର୍ବତନ ତହସିଲଦାର ସୁଶୀଲ କୁମାର କୁଜୁର, ବଲାଙ୍ଗୀର ଜିଲ୍ଲାର ପୁଲିସ ଇନ୍ସପେକ୍ଟର ବିନୋଦ ବିହାରୀ ନାୟକ, ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ପୂର୍ବତନ ନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନା ଓ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନ୍ଏସିର ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟକୃଷ୍ଣ ନାୟକଙ୍କୁ ଦୁର୍ନୀତିଗ୍ରସ୍ତ, ଦାୟିତ୍ବରେ ଅବହେଳା ଓ ଅପାରଗତା ପାଇଁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Comments (0)
Add Comment