ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ଛାତ୍ରଛାତ୍ରୀ ।

ଭଞ୍ଜନଗର, ୦୪/୦୯(ପିପିଟି): ଦିନକୁ ଦିନ ଘୁମୁସର ଜିଲ୍ଲା ଘୋଷଣା ଦାବିରେ ବିଭିନ୍ନ ସଙ୍ଗଠନ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏହି ଆନ୍ଦୋଳନରେ ସାମିଲ ହେଉଥିବା ଦେଖାଯାଇଛି।ସୋମବାର ଜଗନ୍ନାଥ ପ୍ରସାଦ ବ୍ଲକ କଳିଙ୍ଗପଦର ସ୍ଥିତ ଅଚ୍ୟୁତାନନ୍ଦ ଆଶ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ଘୁମୁସର ଜିଲ୍ଲା ଦାବିକୁ ସମର୍ଥନ ଜଣାଇବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ନିଜର ମତ ପ୍ରକାଶ କରିଛନ୍ତି।ମୋଟ ୨୦୬ଜଣ ଛାତ୍ରଛାତ୍ରୀ ଚିଠି ଲେଖିଥିବା ଜଣାପଡିଛି।ଜଗନ୍ନାଥ ପ୍ରସାଦ ବ୍ଲକ ଘୁମୁସର ବାହିନୀ ସଦସ୍ୟ କେଶବ ବାରିକ ଏହାର ନେତୁତ୍ବ ନେଇଥିବା ବେଳେ ଭଞ୍ଜନଗର ସଦସ୍ୟ ଅରକ୍ଷୀତ ପରିଛା ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।ପୂର୍ବରୁ ଘୁମୁସର ବାହିନୀ ତରଫରୁ ବିଭିନ୍ନ ସ୍ଥାନରେ ଜନ ସଚେତନତା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଜାରି ରହିଛି।

ରିପୋର୍ଟ-ଜେ କେ ପଟ୍ଟନାୟକ

Comments (0)
Add Comment