ରାଜ୍ୟ ରାଜପଥ ପାଲଟିଛି ନାଳ ପାଣି ଯିବା ରାସ୍ତା,ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ।

ଦିଗପହଣ୍ଡି,୧୨/୧୧(ପିପିଟି); କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବଲିପଡା ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ତା ଏବେ ପାଲଟିଛି ନାଳ ନର୍ଦମା ପାଣି ଯିବା ରାସ୍ତା । ସୂଚନା ମୁତାବକ ପ୍ରତ୍ୟେକ ଦିନ ହଜାର ହଜାର ଗାଡି ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତା ଦେଇ ଯାତାୟତ କରନ୍ତି । ହେଲେ ବାଲିପଡା ଗ୍ରାମରେ ରାସ୍ତା ଉପରେ ନାଳ ପାଣି ଯିବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଡି ଯାତାୟତ କରୁଥିବା ବେଳେ ସେହି ନାଳ ପାଣି ଲୋକ ମାନଙ୍କ ଉପରେ ଛିଟିକି ପଡୁଚି । ହେଲେ ବିଭାଗୀୟ ରୋଡ଼ କତ୍ତୃପକ୍ଷ ଏହା ଜାଣି ଚୁପ ରହୁଥିବା ପରିଲକ୍ଷିତ ହେଉଛି । ଏଭଳି କରୋନା ସମୟରେ ଯଦି ଏପରି ହୁଏ ତେବେ ଲୋକେ କାହାକୁ କହିବେ ଏପରି ବିଭିନ୍ନ ପ୍ରଶ୍ନ ସେମାନଙ୍କ ମନରେ ଉଙ୍କିମାରୁଚି । ଦୁର୍ଭାଗ୍ୟ ବଶତଃ ସେହି ପାଣି କାହା ଆଖିରେ ପଡେ ଏବଂ ଗାଡି ଦୁର୍ଘଟଣା ଘଟେ ଏବଂ କାହାର ମୃତ୍ୟୁ ଘଟେ ତେବେ ଏହାର ଦାୟୀ କିଏ ହେବ ଏହା ଏବେ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ସରକାର କୋଟି କୋଟି ଟଙ୍କା ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ କରୁଛନ୍ତି କାହା ପାଇଁ ଲୋକ ଯିବାପାଇଁ ନା ନାଳ ପାଣି ଯିବାପାଇଁ ଏହା ଯାତାୟତ କରୁଥିବା ଲୋକ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment